ମୁଖ୍ୟ ଖବର

ରାଜ୍ୟକୁ ରାଜସ୍ୱ ଦେବାରେ ଶୀର୍ଷ ସ୍ଥାନରେ ରହିଛି ଜେଏସଡବ୍ଲ୍ୟୁ

ଖଣିଜ ଉତ୍ପାଦ କମ୍ପାନୀ ମାନଙ୍କ ଭିତରେ ଚଳିତ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ଓଡ଼ିଶା ସରକାରଙ୍କୁ ସର୍ବାଧିକ ରାଜସ୍ୱ ଦେଇଛି ଜେଏସଡବ୍ଲ୍ୟୁ । ରାଜ୍ୟରେ ମୋଟ ୧୨୯୭୬.୧୭କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ସେଥିରୁ କେବଳ ଜେଏସଡବ୍ଲ୍ୟୁ ଦେଇଛି ୪୬.୩% । ଏହା ପୂର୍ବରୁ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କମ୍ପାନୀ ୧୩୭୭.୭୬କୋଟି ଟଙ୍କା ରାଜସ୍ୱ ଦେଇଥିଲା ।

ପ୍ରମୁଖ ଷ୍ଟିଲ୍ ଓ ଲୁହା ପଥର ଉତ୍ପାଦନକାରୀ କମ୍ପାନୀଗୁଡିକ ମଧ୍ୟରେ ଏହା ରାଜସ୍ୱ ପ୍ରଦାନକାରୀ ତାଲିକାରେ ଶୀର୍ଷରେ ରହିଆସିଛି । ୨୦୨୧-୨୨ ଆର୍ଥିକ ବର୍ଷ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଖଣିଜ ରାଜସ୍ୱ ସଂଗ୍ରହ ଲକ୍ଷ୍ୟଠାରୁ ୨୨୧ ପ୍ରତିଶତ ଅଧିକ ରହିଛି ।

ଓଡ଼ିଶାରେ ଜେଏସଡବ୍ଲ୍ୟୁର ବର୍ତ୍ତମାନ ପରିଚାଳନାରେ ପାରାଦୀପ ବନ୍ଦରରେ ୩ମେଟ୍ରିକ୍ ଟନ ଷ୍ଟିଲ୍ ପ୍ଲାଣ୍ଟ, ୩୦ମେଟ୍ରିକ୍ ଟନ ଲୁହା ପଥର ଖଣି, ୫ମେଟ୍ରିକ୍ ଟନ ସିମେଣ୍ଟ ପ୍ଲାଣ୍ଟ ଅନ୍ତର୍ଭୁକ୍ତ ରହିଛି । ବ୍ରାଉନଫିଲ୍ଡ ପ୍ରୋଜେକ୍ଟକୁ ବାର୍ଷିକ ୩ ମେଟ୍ରିକ୍ ଟନରୁ ୧୦ମେଟ୍ରିକ୍ ଟନକୁ ସମ୍ପ୍ରସାରଣ , ଏକ ବିଶ୍ୱସ୍ତରୀୟ ଗ୍ରୀନ୍ ଫିଲ୍ଡ ସୁବିଧା ପ୍ରମୁଖ ଏହି ଜେଏସଡବ୍ଲ୍ୟୁ ଅଭିବୃଦ୍ଧି ଯୋଜନାରେ ସାମିଲ ରହିଛି ।

Show More

Related Articles

Back to top button