Breaking PLUSଓଡ଼ିଶାମୁଖ୍ୟ ଖବର

ମନୀଷ ଅନୁରାଗଙ୍କ ଆସିଲା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟ

ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଏମ୍ସ ପକ୍ଷରୁ ସୂଚନା

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣା । ଆଜି ଆସିଲା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ହୋଇଛି ମୃତ୍ୟୁ । ଏନେଇ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ଦେଲେ ସୂଚନା । ମନୀଷଙ୍କ ଆହୁରି ରିପୋର୍ଟ ଆସିବାକୁ ବାକି ଅଛି । ପାକସ୍ଥଳୀରେ ହଜମ ହୋଇନଥିବା ଖାଦ୍ୟକୁ ପରୀକ୍ଷା ପାଇଁ ପଠାଯାଇଛି । ଡାଏଟମ୍ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ମନୀଷଙ୍କ ପାଣିରେ ବୁଡି କି ତା ପୂର୍ବରୁ ଶ୍ୱାସରୁଦ୍ଧ ହୋଇଛି ତାହାର ପରୀକ୍ଷା କରାଯିବ । ସେପଟେ ମନୀଷ ମୃତ୍ୟୁ ମାମଲାରେ ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ସୁରାକ ଲାଗିଛି । ପୋଲିସକୁ କାର୍ ମିଳିଛି । ମନୀଷଙ୍କ ସାଙ୍ଗ ସନ୍ଦେହ ଘେରରେ ରହିଛି । ଏହି ଘଟଣା ଘଟିବା ପରେ ମନୀଷଙ୍କ ସାଙ୍ଗ ଫେରାର ଥିବା ସୂଚନା ମିଳିଛି ।

ସେପଟେ, ମୃତ୍ୟୁ ପୂର୍ବରୁ ଗୁଡୁ ହୋଟେଲ୍ ସାଉଥ୍ ସିଟି ବାର୍‌କୁ ଯାଇଥିଲେ ବୋଲି ଜଣାପଡ଼ିବା ପରେ ପୁଲିସର ତଦନ୍ତ ଏହାରି ଉପରେ ଫୋକସ୍‌ କରିଛି । ବାର୍ କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁଡୁ ରାତି ପ୍ରାୟ ୧୨ଟା ପରେ କିଛି ଯୁବକଙ୍କ ସହ ହୋଟେଲ୍‌କୁ ଆସିଥିଲେ । ସେଠାରେ ସବୁ କିଛି ଠିକ୍‌ଠାକ୍‌ ଥିଲା । ଏହା ପରେ ରାତି ପ୍ରାୟ ୨ଟା ୩୦ ବେଳକୁ ସେମାନେ ହୋଟେଲ୍‌ରୁ ଚାଲି ଯାଇଥିଲେ । ତେଣୁ ହୋଟେଲ୍‌ରୁ ଯିବା ପରେ କ’ଣ ହେଲା ଏବଂ ସେଠାରେ କିଏ କିଏ ଥିଲେ; ସେସବୁର ପୂରା ତଥ୍ୟ ପୁଲିସ ଖୋଜୁଛି । ଏଥିସହ ପୁଲିସ ସୋମବାର ହୋଟେଲ ସାଉଥ୍‌ ସିଟିକୁ ସିଲ୍ କରିବା ସହ ଜଣେ ବାର୍ କର୍ମଚାରୀଙ୍କୁ ଗିରଫ କରିଛି । ହୋଟେଲ୍‌ର ସିସି କ୍ୟାମେରା ହାର୍ଡଡିସ୍କ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ ହୋଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ରାତି ୧୧ ପରେ ପୂରା ଭୁବନେଶ୍ୱର ହୋଟେଲ୍‌ଠୁ ନେଇ ବାର୍ ସବୁ ବନ୍ଦ ହୋଇଯାଉଥିବା ବେଳେ ହୋଟେଲ୍ ସାଉଥ୍ ସିଟି ବାର୍‌ ଏତେ ରାତି ଯାଏ ଖୋଲାଥିଲା କେମିତି ? ଏମିତି ସବୁବେଳେ କୋଭିଡ୍ ନିୟମ ଉଲ୍ଲଂଘନ କରି ରାତିରେ ହୋଟେଲ୍ ଖୋଲାଯାଉଥିଲା ନା ଶନିବାର ରାତିରେ କେବଳ ଖୋଲାଯାଇଥିଲା ? ସେହିଭଳି ତମାଣ୍ଡୋ ପୁଲିସ ଅନେକ ସମୟରେ ଏହି ହୋଟେଲ୍‌ରେ ଚଢ଼ଉ କରି ମଦ ଜବତ କରିବା ସହ ହୋଟେଲ୍‌କୁ ବନ୍ଦ କରିଛି । ଏପରିକି ଅନେକ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ହୋଟେଲ୍‌ରେ ବାର୍‌ ଗାର୍ଲମାନଙ୍କ ନାଚଗୀତ ଆସର ଜମୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ମାତ୍ର ହୋଟେଲ ଉପରେ କିଛି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା କଥା ବିସ୍ମୟ ସୃଷ୍ଟି କରିଛି ।

Show More

Related Articles

Back to top button