ମୁଖ୍ୟ ଖବର

କଲରାପତରିଆ ବାଘ ଆକ୍ରମଣରେ ଚାଲିଗଲା ୬ ବର୍ଷୀୟ ବାଳକର ଜୀବନ

ଟାଣିନେଲା କଲରାପତରିଆ ବାଘ । କଲରାପତରିଆ ବାଘ ଆକ୍ରମଣରେ ଚାଲିଗଲା ୬ ବର୍ଷୀୟ ପିଲାର ଜୀବନ । ସେ ପରିବାର ସହିତ ନବରଙ୍ଗପୁର ରାଇଘର ବ୍ଲକ ରାଇଘର ତୁରୁଡିହି ଗାଁରୁ ଛତିଶଗଡ଼ ଯାଇଥିବା ବେଳେ ଘଟିଥିଲା ଏଭଳି ଏକ ଅଘଟଣ । ମୃତ ବାଳକର ନାଁ ଅମିତ ମର୍କାମ ହୋଇଥିବା ବେଳେ ସେ ଛତିଶଗଡର ସିହାୱା ସ୍ଥିତ ଏକ ମନ୍ଦିରକୁ ସୃଙ୍ଗି ଋଷିଙ୍କ ଦର୍ଶନ ପାଇଁ ଯାଇଥିଲେ । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଝାମ୍ପିନେଇଥିଲା ବାଘ । ପିଲାକୁ ବାଘ ଝାମ୍ପି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ । ବାଘ ଅମିତକୁ ଟାଣି ନେଇ ପାହାଡ଼କୁ ଚାଲି ଯାଇଥିଲା । ଜଙ୍ଗଲ ଭିତରେ ରକ୍ତ ଚିହ୍ନକୁ ଦେଖି ଦେଖି ଅମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ବନ ବିଭାଗ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଏବଂ ବନ ବିଭାଗ ଉକ୍ତ ପରିବାରକୁ ୩୫ ହଜାର ଟଙ୍କା କ୍ଷତି ପୂରଣ ଦେଇଥିବା ସୂଚନା ରହିଛି l

Show More

Related Articles

Back to top button