Breaking PLUS

Facebook, Insta ଏବଂ WhatsApp ପରେ ଏବେ Gmail ଡାଉନ୍

ନିକଟ ଅତୀତରେ ଡାଉନ୍ ହୋଇଥିଲା ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ର ସର୍ଭିସ  । ଆଉ ଏବେ ଜିମେଲ୍ ଡାଉନ୍ ହୋଇଥିବା ନେଇ ଖବର ମିଳିଛି । ଭାରତର ଅନେକ ଅଂଶରେ ଏଭଳି ସମସ୍ୟା ହୋଇଥିବା ବେଳେ ୟୁଜର୍ସଙ୍କ ନିକଟକୁ ମେଲ୍ ଆସୁନାହିଁ କି ପଠାଇ ପାରୁନାହାଁନ୍ତି ।

ଇଣ୍ଟରନେଟ୍ ସର୍ଭିସ୍ ଆଉଟେଜ୍ ଉପରେ ନଜର ରଖୁଥିବା Down Detector ଅନୁଯାୟୀ, ୱେବସାଇଟ୍ ଆସେସରେ ଅସୁବିଧା ହେଉଥିବା ନେଇ ୬୮% ଲୋକ ଦାବି କରିଛନ୍ତି । ସେହିପରି ୧୮% ୟୁଜର୍ସ ସର୍ଭର କନେକ୍ସନ ନେଇ ରିପୋର୍ଟ କରିଥିବା ବେଳେ ୧୪% ଲଗ-ଇନରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।

Show More

Related Articles

Back to top button