Breaking PLUSଦେଶମୁଖ୍ୟ ଖବର

ଜାମସେଦପୁରରେ ଭାରସାମ୍ୟ ହରାଇ ଓଲଟିଲା କାର, 6 ମୃତ

ପୂର୍ବ ସିଂହଭୂମ- ଜାମସେଦପୁରର ବିଷ୍ଣୁପୁର ଥାନା ଅନ୍ତର୍ଗତ ସର୍କିଟ ହାଉସ ଗୋଲଚକ୍କର ନିକଟରେ ସୋମବାର ଦିନ ଭାରସାମ୍ୟ ହରାଇ ଓଲଟିପଡିଛି । ଏଥିରେ 6ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
ପୋଲିସ ସୂଚନା ମୁତାବକ ଦୁର୍ଘଟଣାରେ କାରରେ ଥିବା 5ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଜଣେ ଲୋକର ହସ୍ପିଟାଲରେ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ 2ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଟାଟା ମେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button