Breaking PLUSଦେଶମୁଖ୍ୟ ଖବର

ହରିଦ୍ୱାରରେ ନୂଆବର୍ଷର ସ୍ୱାଗତ କଲେ ସୋନାଲି ବେନ୍ଦ୍ରେ

ମୁମ୍ବାଇ- ଆସିଛି ନୂଆବର୍ଷ । ଭିନ୍ନ ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ଲୋକେ । ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଶୈଳୀରେ ଏହାକୁ ସେଲିବ୍ରେଟ୍ କରୁଛନ୍ତି । ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜ ସ୍ୱାମୀ ଗୋଲ୍ଡି ବହଲ ଓ ପୁଅ ସହ ହରିଦ୍ୱାରକୁ ଧାର୍ମିକ ଯାତ୍ରା କରି 2024କୁ ସ୍ୱାଗତ କରିଛନ୍ତି ।
ନୂଆବର୍ଷ ଆରମ୍ଭରୁ ସୋନାଲି ବେନ୍ଦ୍ରେ ଆଧ୍ୟାତ୍ମରେ ବୁଡିଯାଇଛନ୍ତି । ସେ ହରିଦ୍ୱାରରେ ଦର୍ଶନ, ଇ-ରିକ୍ସା ସଫାରୀର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସୋନାଲି ଏହି ଫ୍ୟାମିଲ ଟ୍ରିପକୁ ବେଶ୍ ଉପଭୋଗ କରିଛନ୍ତି । ସ୍ୱାମୀ ଗୋଲ୍ଡି ବହଲ ଓ ପୁଅ ରଣବୀର ବହଲଙ୍କ ସହ ସୋନାଲିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Show More

Related Articles

Back to top button