Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷର ସମସ୍ତ ଦେବାଳୟଙ୍କ ଜମିଲା ଭିଡ

ଭୁବନେଶ୍ୱର, 1 ଜାନୁଆରୀ – ଆଜିଠୁ ଆରମ୍ଭ ହୋଇଛି ଇଂରାଜୀ ନୂଆବର୍ଷ । ଏହି ଅବସରରେ ରାଜ୍ୟର ସମସ୍ତ ମନ୍ଦିରରେ ଲୋକଙ୍କ ଭିଡ ଜମିଛି । ଶ୍ରୀମନ୍ଦିର ସମେତ କଟକ ଓ ଭୁବନେଶ୍ୱର ସହ ସାରା ରାଜ୍ୟର ପ୍ରମୁଖ ମନ୍ଦିରରେ ଭିଡ ଜମିଛି । ଲିଙ୍ଗରାଜ ମନ୍ଦିରରେ ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭକ୍ତମାନେ ମନ୍ଦିର ଯାଇ ଶୁଭମନାସି ଆରମ୍ଭ କରିଥିଲେ ନିଜ ନିଜର ଦିନ । ଏହି ଅବସରରେ ଲିଙ୍ଗରାଜ ମନ୍ଦିରରେ ପଲିଥିନ, ପ୍ଲାଷ୍ଟିକ, ଗୁଟଖା ବ୍ୟାନ କରାଯାଇଛି । ନୂଆ ବର୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । କଟକର ପ୍ରସିଦ୍ଧ ଚଣ୍ଡି ମନ୍ଦିର ସମେତ ଅନ୍ୟ ମନ୍ଦିରରେ ଭିଡ ଦେଖିବାକୁ ମିଳିଥିଲା । କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀଙ୍କ ନିକଟରେ ମଧ୍ୟ ପ୍ରବଳ ଗହଳି ଜମିଥିଲା । ନୂଆବର୍ଷରେ ଚଳଚଞ୍ଚଳ ହୋଇଉଠିଲା ତୁଳସୀ ଶ୍ରୀକ୍ଷେତ୍ର । ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ଧନ୍ୟ ମନେ କରିଛନ୍ତି ଭକ୍ତ । ସେହିପରି କୋରାପୁଟର ଶାବର ଶ୍ରୀକ୍ଷେତ୍ର ସହିତ ଗୁପ୍ତେଶ୍ୱରରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବାଲେଶ୍ୱରର କ୍ଷୀରଚୋରା ଗୋପିନାଥ ମନ୍ଦିରରେ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ନୂଆ ବର୍ଷରେ ଆଜି ସମଲେଶ୍ୱରୀଙ୍କୁ ଲାଗି ହୋଇଛି ନୂଆ ଚାନ୍ଦି ପ୍ରଭା । ଲୋକମାନେ ମନ୍ଦିରରେ ପହଞ୍ଚି ପରିବାରର ଶୁଭ ମନାସିଛନ୍ତି ।

Show More

Related Articles

Back to top button