Breaking PLUSଦେଶମୁଖ୍ୟ ଖବର

ଭୂସ୍ଖଳନ କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଦ୍ୱିତୀୟ ଦିନରେ ବନ୍ଦ

ଜମ୍ମୁ, 3 ମାର୍ଚ୍ଚ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଭୂସ୍ଖଳନ କାରଣରୁ ରବିବାର ଲଗାତର ଦ୍ୱିତୀୟ ଦିନରେ ବି ବନ୍ଦ ରହିଛି । ଯାତାୟତ ବିଭାଗର ଅଧିକାରୀଙ୍କ ସୂଚନା ମୁତାବକ ରାମବନ ଜିଲ୍ଲାରେ ଳଗାତର ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଯାତାୟତ ପାଇଁ ରାଜପଥ ମରାମତି କାର୍ଯ୍ୟ ଜାରି ରହିଛି । ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ଶ୍ରୀନଗର ଓ ଜମ୍ମୁରେ ନିୟନ୍ତ୍ରଣ ଗୃହ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାରି ଭିତରେ ଶ୍ରୀନଗର-ଲେହ, ମୁଗଲ ରୋଡ, ସିଂଥନ-କିସ୍ତୱାଡ ରୋଡ, ବାନ୍ଦିପୋରା-ଗୁରେଜ ଓ କୁପୱାଡା-ତଙ୍ଗଧାର ରୋଡରେ ବରଫପାତ ଜାରି ରହିଛି ଏବଂ ଯାତାୟତ ପାଇଁ ବନ୍ଦ କରିଦିଆଯାଇଛି ।

Show More

Related Articles

Back to top button