Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ମାଆ ଗଙ୍ଗା ପୂଜାର୍ଚ୍ଚନା

ବାରଣାସୀ, 3 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାଂସ୍କୃତିକ ରାଜଧାନୀ କାଶୀରୁ ଲଗାତର ତୃତୀୟ ଥର ବିଜେପିରୁ ଲୋକସଭାର ଟିକେଟ ମିଳିବା ପରେ ନମାମି ଗଙ୍ଗେର ସଦସ୍ୟମାନେ ରବିବାର ଅସ୍ଥିଘାଟରେ ମାଆ ଗଙ୍ଗାଙ୍କ ଆରତୀ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ମାଆ ଗଙ୍ଗାଙ୍କ ଆରତୀ କରି ରେକର୍ଡ ବିଜୟର ଆଶୀର୍ବାଦ ଭିକ୍ଷା କରିଛନ୍ତି । ସୁଶାସନ ଓ ଗରିବ କଲ୍ୟାଣ ପାଇଁ ମୋଦି ସରକାରଙ୍କ କଟିବଦ୍ଧତା ପାଇଁ ପାଇଁ ମାଆ ଗଙ୍ଗାଙ୍କୁ ଭୋଗ, ପ୍ରସାଦ, ଫଳ ଅର୍ପଣ କରାଯାଇଥିଲା ।
କାଶୀର ସାଂସଦ ଓ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରତି ନାଗରିକଙ୍କ ପର୍ଯ୍ୟନ୍ତ ସୁବିଧା ପହଂଚାଇବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ମଜୁବତ କରିବା ପାଇଁ ପ୍ରାର୍ଥନା କରିଛନ୍ତି । ନମାମି ଗଙ୍ଗେ କାଶୀ ଅଂଚଳରେ ସଂଯୋଜକ ରାଜେଶ ଶୁକ୍ଲା କହିଛନ୍ତି ଯେ, ମାଆ ଗଙ୍ଗାଙ୍କ ଆଶୀର୍ବାଦ ମାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଗଙ୍ଗାଙ୍କ ଆହ୍ୱାନରେ ସେ ଏଠାରୁ ଲଢୁଛନ୍ତି । ସେ ଭଗବାନଙ୍କ ଇଚ୍ଛାରୁ ଏଠାକୁ ଆସିଛନ୍ତି, ଯାହାଦ୍ୱାରା ଗଙ୍ଗାକୁ ସ୍ୱଚ୍ଛ କରାଯାଇପାରିବ ଏବଂ ଏହି ପବିତ୍ର ନଗରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଅନ୍ୟ କାର୍ଯ୍ୟ କରାଯିବ ।

Show More

Related Articles

Back to top button