Breaking PLUSଦେଶମୁଖ୍ୟ ଖବର

ଗତକାଲି ରାତିରେ ଜମ୍ମୁରେ ସବୁଠୁ ଅଧିକ ଥଣ୍ଡା

ଜମ୍ମୁ, 6 ଜାନୁୟାରୀ – ଜମ୍ମୁ କଶ୍ମୀରରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ରାତିରେ ଜମ୍ମୁ ସହର ସବୁଠୁ କମ୍ ତାପମାତ୍ରା 4.1 ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠୁ ଥଣ୍ଡା ରାତି ରହିଥିଲା । ଜମ୍ମୁରେ ସକାଳରୁ ଦ୍ୱିପ୍ରହର ପର୍ଯ୍ୟନ୍ତ କୁହୁଡି ଓ ଧୂଆଁ ସହ ତୀବ୍ର ଶୀତଲହର କାରଣୁ ଲୋକେ ସମସ୍ୟାରେ ପଡିଛନ୍ତି । ଘାଟିରେ ତୀବ୍ର ଶୁଷ୍କ ଶୀତଲହର ଅନୁଭୂତ ହେଉଛି ।
ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 5.4, ଗୁଲମର୍ଗରେ ଶୂନ୍ୟରୁ ତଳକୁ 4.5 ଓ ପହଲଗାମରେ ଶୂନ୍ୟରୁ ତଳକୁ 6.3 ରେକର୍ଡ କରାଯାଇଛି । ଜମ୍ମୁ ସହରରେ 4.1 ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ଚଳିତ ବର୍ଷର ସବୁଠୁ ଅଧିକ ଥଣ୍ଡା ରାତି ଭାବେ ରେକର୍ଡ ହୋଇଛି । କଟରାରେ ସର୍ବନିମ୍ନ ତାପମାତ୍ରା 5.6, ବଟୋତରେ 2.3, ଭଦ୍ରଭାହରେ ଶୂନ୍ୟରୁ ତଳକୁ 0.3 ଓ ବନିହାଲରେ ଶୂନ୍ୟରୁ ତଳକୁ 0.6 ରେକର୍ଡ ହୋଇଛି ।

Show More

Related Articles

Back to top button