Breaking PLUSଓଡ଼ିଶାମୁଖ୍ୟ ଖବର

ହାତୀ ମୃତ୍ୟୁ ଘଟଣା, ଫରେଷ୍ଟର ଓ ଗାର୍ଡ ନିଲମ୍ବିତ

ଭୁବନେଶ୍ୱର, 6 ଜାନୁୟାରୀ – ନୀଳଗିରି କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା । ଉଭୟ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ। କୂଳଡିହା ରେଞ୍ଜ ମଙ୍ଗଳପୁର ବିଟ ହାତୀଖୁଲିଆ ସେକ୍ସନ ସାରୁଚୁଆ ନିକଟସ୍ଥ ସୁନାଖଣିରେ ହୋଇଥିବା ହାତୀ ମୃତ୍ୟ ଘଟଣାରେ ହାତୀର ମୃତଦେହକୁ ବିଳମ୍ବରେ ଚିହ୍ନଟ ପାଇଁ ହାତୀଖୁଲିଆ ବିଟର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରିଛି ବାଲେଶ୍ଵର ବନ ବିଭାଗ। ଜୟନ୍ତ କୁମାର ପ୍ରଧାନକୁ ହାତିଖୁଲିଆ ସେକ୍ସନର ଫରେଷ୍ଟର,ମନୋହର ସିଂଙ୍କୁ ହାତୀଖୁଲିଆ ବିଟର ଫରେଷ୍ଟ ଗାର୍ଡ ଓ ଆୟୁଷ୍ମାନ ପଣ୍ଡାଙ୍କୁ ମଙ୍ଗଳପୁର ବିଟର ଫରେଷ୍ଟ ଗାର୍ଡ ଭାବେ ନୂତନ କରି ନିଯୁକ୍ତି କରାଯାଇଥିବା ସୂଚନା ମିଳିଛି।

Show More

Related Articles

Back to top button