Breaking PLUSଦେଶମୁଖ୍ୟ ଖବର

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ବଡ ଆଶ୍ୱସ୍ତି

ବିଦେଶ ଯିବା ପାଇଁ କୋର୍ଟରୁ ଅନୁମତି ନେବାକୁ ପଡିବନି

()ନୂଆଦିଲ୍ଳୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ୱସ୍ତି । ଏବେ ଆଉ ବିଦେଶ ଯିବା ପାଇଁ ଜ୍ୟାକଲିନଙ୍କୁ ଅନୁମତୀ ନେବାକୁ ପଡିବନି । ଠଗ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 2ଶହ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଜ୍ୟାକଲିନଙ୍କ ଜାମିନ ସର୍ତ୍ତକୁ ସଂଶୋଧନ କରିଛନ୍ତି ପଟିଆଲା ହାଉସ କୋର୍ଟ । ଫଳରେ ଏଣିକି ଆଉ ବିଦେଶ ଯିବା ପାଇଁ ଜ୍ୟାକଲିନଙ୍କୁ ଅନୁମତିର ଆବଶ୍ୟକତା ନାହିଁ । 2022 ନଭେମ୍ବର 15ରେ କୋର୍ଟ ଜ୍ୟାକଲିନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ସର୍ତ୍ତ ଅନୁସାରେ ଜ୍ୟାକଲିନ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ । ତେବେ ଏହାପରେ ଜ୍ୟାକଳିନ ସର୍ତ୍ତ ସଂଶୋଧନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Show More

Related Articles

Back to top button