Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ପ୍ରକୃତିର ବିପର୍ଯ୍ୟୟ

ଶିମଲାରେ ଭୂସ୍ଖଳନ ଯୋଗୁ ଶିବମନ୍ଦିର ମାଟି ତଳେ ପୋତି ହେବା ଘଟଣା, ଏବେ ସୁଦ୍ଧା 13ମୃତଦେହ ଉଦ୍ଧାର

() ଶିମଲା: ହିମାଚଳ ପ୍ରଦେଶରେ ପ୍ରକୃତିର ବିପର୍ଯ୍ୟୟ । ମୂଷଳଧାରାରେ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡିଆ ସ୍ଥାନ ହୋଇଥିବାରୁ ଅନେକ ସ୍ଥାନକୁ ଯିବାଆସିବା ଏକ ପ୍ରକାର ଠପ୍ ହୋଇପଡିଛି । ତେବେ ତିନିଦିନ ତଳେ ରାଜଧାନୀ ଶିମଲାର ସମରହିଲ ସହରରେ ଭୂସ୍ଖଳନ ଯୋଗୁ ଏକ ଶିବ ମନ୍ଦିର ମାଟିତଳେ ପୋତି ହୋଇଯାଇଥିଲା । ଆଜି ବି ତୃତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଟି ତଳୁ ଆଉ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା 13 ଛୁଇଁଛି ।
ଏସଡିଆରଏଫ ଓ ଏନଡିଆରଏଫ ସହିତ ପୋଲିସ ଓ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ଆଜି ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ଜଣାପଡିଛି । ମୃତକ ହେଲେ ସମରହିଲାର ଅମନ ଶର୍ମାଙ୍କପତ୍ନୀ ଅର୍ଚ୍ଚନା ଶର୍ମା । ଏହି ପରିବାରର 7ଜଣ ସଦସ୍ୟ ଏହି ଅଘଟଣର ଶିକାର ହୋଇଛନ୍ତି । ଅର୍ଚ୍ଚନାଙ୍କ ସ୍ୱାମୀ, ଦୁଇଜଣ ସନ୍ତାନ ଓ ଶାଶୁ ଶ୍ୱଶୁର ମାଟି ତଳେ ପୋତି ହୋଇଯାଇଥିବା ବେଳେ ଅର୍ଚ୍ଚନାଙ୍କ ସ୍ୱାମୀ, ଶାଶୁ ଓ ଦୁଇଟି ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଏହି ହୃଦୟ ବିଦାରକ ଦୁର୍ଘଟଣାରେ 24ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଶିମଲା ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ପୁଅ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଆଜି ତୃତୀୟ ଦିନରେ ରେସକ୍ୟୁ ଅପରେସନ ଜାରି ରହିଥିବା ଶିମଲା ଏସପି ସଞ୍ଜୀବ ଗାନ୍ଧି ସୂଚନା ଦେଇଛନ୍ତି । ଦୁର୍ଘଟଣା ଦିନ 8ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ସୁଦ୍ଧା 13ଟି ଶବ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗୋଟିଏ କ୍ଷତବିକ୍ଷତ ମୃତଦେହର ପରିଚୟ ଜଣାପଡିନଥିବା ଏସପି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଗତ14 ଅଗଷ୍ଟ ସୋମବାର ଦିନ ସକାଳ ପ୍ରାୟ ସାଢେ ସାତଟା ସମୟରେ ଭସ୍ଖଳନ ଯୋଗୁ ବାଭଡି ଶିବ ମନ୍ଦିର ଧ୍ୱଂସ ହୋଇଯାଇଥିଲା । ସୋମବାର ଯୋଗୁ ଅନେକ ଲୋକେ ପୂଜା କରିବାକୁ ମନ୍ଦିର ଯାଇଥିଲେ । ତେବେ ମନ୍ଦିରଟି ଏତେ ଭୟଙ୍କର ଭାବେ ଧ୍ୱଂସ ହୋଇଥିଲା ଯେ, ଏହା ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିଲା । ଭୂସ୍ଖଳନ ପରେ ଏହି ଅଞ୍ଚଳଟି ଏବେ ଧ୍ୱଂସ ସ୍ତୁପ ପାଲଟିଛି ।….

Show More

Related Articles

Back to top button