Breaking PLUSଦେଶମୁଖ୍ୟ ଖବର

ପଶ୍ଚିମ ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ

ତିନି ଜିଲ୍ଲାରେ ଭୂକମ୍ପର ଝଟ୍‌କା

ମୁମ୍ବାଇ: ପଶ୍ଚିମ ମହାରାଷ୍ଟ୍ରର ତିନି ଜିଲ୍ଲାରେ ଭୂକମ୍ପର ଝଟକା । କୋଲ୍ହାପୁର, ସାଙ୍ଗଲୀ ଓ ସାତାରା ଜିଲ୍ଲାରେ ବୁଧବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.4 ରହିଥିବା ବେଳେ ଏହାର କେନ୍ଦ୍ର 5 କିଲୋମିଟର ଗଭୀର ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ 6.45 ମିନିଟ ସମୟରେ କୋହ୍ଲାପୁର ଜିଲ୍ଲା ସମେତ ସାଙ୍ଗାଲୀ ଓ ସାତାରା ଜିଲ୍ଲାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । କୋହ୍ଲାପୁର ଠାରୁ 76 କିଲୋମିଟର ଦୂର ଚନ୍ଦୋଲି ଅଭୟାରଣ୍ୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ସାତାରା ଜିଲ୍ଲାର ପାଟନ ସହର ସମେତ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସାଙ୍ଗାଲୀର ଶିରାଲା ତହସିଲ ଅନ୍ତର୍ଗତ ଅନେକ ଗାଁରେ ଭୂମିକମ୍ପ ଅନୁଭୂତ ହେବା କାରଣରୁ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନାହିଁ ।

Show More

Related Articles

Back to top button