ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

IT ମନ୍ତ୍ରୀ: ଅତ୍ୟାଧିକ ସ୍ମାର୍ଟ ଫୋନ ବ୍ୟବହାର ଯୋଗୁ ହ୍ରାସ ପାଉଛି ପିଲାଙ୍କ ମାନସିକ ଏକାଗ୍ରତା

ସ୍ମାର୍ଟ ଫୋନ ପିଲାଙ୍କ କ୍ଷେତ୍ରରେ ଏବେ ଆଡିକ୍ସନରେ ପରିଣତ ହୋଇଛି। ୩୭ ପ୍ରତିଶତ ପିଲା ଶୋଇବା ବେଳେ ବିଛଣାରେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ସେହିପରି ଅତ୍ୟାଧିକ ସ୍ମାର୍ଟଫୋନ ବ୍ୟବହାର ଯୋଗୁ ୩୭.୧୫ ପ୍ରତିଶତ ପିଲାଙ୍କଠାରେ ମାନସିକ ଏକାଗ୍ରତା ସ୍ତରରେ ହ୍ରାସ ଅନୁଭବ କରାଯାଇଛି।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି (ଆଇଟି) ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବୁଧବାର ଲୋକସଭାରେ ଏହା କହିଛନ୍ତି। ଏ ବାବଦେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପିଲାଙ୍କ ଇଣ୍ଟରନେଟ ନିଶା ନେଇ ମନ୍ତ୍ରାଳୟଙ୍କ ନିକଟରେ ସେପରି କୌଣସି ତଥ୍ୟ ନଥିଲେ ମଧ୍ୟ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଦ୍ୱାରା ପିଲାଙ୍କ ଇଣ୍ଟରନେଟ୍ ପହଞ୍ଚ ସାଙ୍ଗକୁ ମୋବାଇଲ ଫୋନ ଓ ଅନ୍ୟ ଉପକରଣ ଉପଯୋଗ କାରଣରୁ ହେଉଥିବା ମାନସିକ, ବ୍ୟବହାରିକ ଓ ମନୋ ସାମାଜିକ ପ୍ରଭାବ ଉପରେ କରାଯାଇଥିବା ଏକ ଅଧ୍ୟୟାନର ଉଦାହରଣ ଦେଇଛନ୍ତି।

ସେହି ଆଧାରରେ ୨୩.୮୦ ପ୍ରତିଶତ ପିଲା ରାତିରେ ଶୋଇବା ପୂର୍ବରୁ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ମନ୍ତ୍ରୀ ଗୃହକୁ କହିଛନ୍ତି। ଏହିପରି ପିଲାଙ୍କ ମୋବାଇଲ ଉପଯୋଗ ଅଭ୍ୟାସ ସେମାନଙ୍କ ବୟସ ବଢିବା ସହ ବଢ଼ିବଢ଼ି ଚାଲିଥିବାର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଖାସ ଏଥିଯୋଗୁ ୩୭.୧୫ ପ୍ରତିଶତ ପିଲାଙ୍କଠାରେ ସ୍ମାର୍ଟ ଫୋନ ବ୍ୟବହାର ଲାଗି ମାନସିକ ଏକଗ୍ରତାରେ ହ୍ରାସ ଅନୁଭବ କରୁଥିବାର ସୂଚିତ କରିଛନ୍ତି।

Show More

Related Articles

Back to top button