ଓଡ଼ିଶାବିଧାନସଭାରାଜନୀତି

ପୌର ନିର୍ବାଚନ ପାଇଁ ମତଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର : ଆଜି ସକାଳୁ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ ପାଇଁ ମତଦାନ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ୱର ୫୩ ନଂ ୱାର୍ଡର ,୫୪୪ ନମ୍ବର ବୁଥ୍ ରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଚାଲି ଚାଲି ଆସି ପଳାସପଲ୍ଲୀରେ ଭୋଟ ଦେଇଥିବା ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ମତାଧିକାର ସାବ୍ୟସ୍ତ କରିବା ପରେ  ଟ୍ଵିଟ କରି ସମସ୍ତଙ୍କୁ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିଟି ଭୋଟ ମୂଲ୍ୟବାନ। ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା ଲାଗି ସେ କହିଛନ୍ତି। ପୌର ନିର୍ବାଚନ ଲାଗି ଚାଲିଥିବା ମତଦାନ ସମୟରେ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବା ଲାଗି କହିଛନ୍ତି।
 
ସୂଚନା ଯୋଗ୍ୟ ଯେ , ଆଜି ସକାଳ ୮ ଟାରୁ ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ୩ଟି ମହାନଗର ନିଗମ,୧୦୬ଟି ପୌର ପରିଷଦ ପାଇଁ ଚାଲିଛି ମତଦାନ । ୪୭ଟି ମ୍ୟୁନିସପାଲିଟି,୫୯ ଏନଏସି ପାଇଁ ମତଦାନ ଚାଲିଛି ।  ୪୦ ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି । ମତଦାନ ଲାଗି ୧୯୫ ପ୍ଲାଟୁନ ଫୋର୍ସ ମୁରୟନ ହୋଇଛନ୍ତି , ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକିୟା ଚାଲୁ ରହିବ ।   
Show More

Related Articles

Back to top button