Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୨୬ ରୁ ବର୍ଷିବ!

ପୁଣି ଏକ ଲଘୁଚାପ ସୃଷ୍ଟି

ପୁଣି ଏକ ଲଘୁଚାପ ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ  ସୃଷ୍ଟି ହୋଇଛି  । ଯାହାକୁ ନେଇ  ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସର୍ତକତା ଜାରି କରିଛି ।

ବୁଧବାର ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ନୁଆପଡା, ସୋନେପୁର, ସମ୍ବଲପୁର ଏବଂ ଦେଓଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି  ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଏହାପୂର୍ବରୁ ଆଜି ସକାଳ ୧୧.୩୦ ପର୍ଯ୍ୟନ୍ତ ବରଗଡ, ବଲାଙ୍ଗୀର, ସୋନେପୁର, ବୌଦ୍ଧ, କନ୍ଧମାଳ, ଦେଓଗଡ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଅନୁଗୁଳ, ସମ୍ବଲପୁର, କଟକ, ଜଗତସିଂହପୁର ଏବଂ ପୁରୀର କିଛି ଅଂଶରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା।

ସେପ୍ଟେମ୍ବର ୨୫ ରେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାର ଉତ୍ତର-ପୂର୍ବରେ ଆଉ ଏକ ସାଇକ୍ଲୋନିକ୍ ଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ସେପ୍ଟେମ୍ବର ୨୬ ରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Show More

Related Articles

Back to top button