Breaking PLUSଦେଶମୁଖ୍ୟ ଖବର

କାଲି ନୁପୁର ଶିଖରେଙ୍କୁ ବିବାହ କରିବେ ଇରା ଖାନ୍

ମୁମ୍ବାଇ, ୨ ଜାନୁଆରୀ – ବଲିଉଡ୍ ଅଭିନେତା ଅମୀର ଖାନ୍ ଙ୍କ ଝିଅ ଇରା ଖାନ୍ ଜାନୁଆରୀ ୩ ତାରିଖ ଅର୍ଥାତ୍ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଇରା ନିଜ ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ବିବାହ କରିବେ । ନୁପୁର ଜଣେ ପ୍ରସିଦ୍ଧ ଫିଟନେସ୍ ଟ୍ରେନର । ଏବେ ଅମୀରଙ୍କ ଘରେ ବିବାହ ମାହୋଲ୍ ର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଦୁହିଁଙ୍କ ବିବାହ ଉତ୍ସବର ଆୟୋଜନ ବାନ୍ଦ୍ରାର ତାଜ ଲ୍ୟାଣ୍ଡ ଏଣ୍ଡ ହୋଟେଲରେ କରାଯାଇଛି । ଗତ କିଛି ଦିନ ଧରି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା।

ପ୍ରକାଶ ଥାଉକି, ୨୦୨୨ରେ ଇଟାଲିରେ ଦୁହିଁଙ୍କ ନିର୍ବନ୍ଧ ସରିଛି । ଏବଂ ମୁମ୍ବାଇରେ ନିର୍ବନ୍ଧ ପାର୍ଟି ଆୟୋଜିତ ହୋଇଥିଲା । ଏହି ବିବାହ ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଝିଅର ବିବାହ ଉତ୍ସବକୁ ନେଇ ଅମୀର ଖାନ୍ କୁ ଘରକୁ ଅତି ସୁନ୍ଦର ଭାବେ ସଜ୍ଜା ଯାଇଛି । ଘରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହି ସାଜସଜ୍ଜାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଇରା ଓ ନୁପୁରଙ୍କ ବିବାହ ମହାରାଷ୍ଟ୍ରିୟନ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ବିବାହ ପରେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଓ ଜୟପୁରରେ ରିସେସ୍ପନ ପାର୍ଟି ଗୁଡିକ ହେବ । ଝିଅର ବିବାହ ଉତ୍ସବକୁ ବି- ଟାଉନ୍ ର କଳାକାର ମାନଙ୍କୁ ଆମନ୍ତ୍ରଣ କରିଛନ୍ତି ଅମୀର ।

Show More

Related Articles

Back to top button