Breaking PLUSଦେଶ ବିଦେଶମୁଖ୍ୟ ଖବର

ଦକ୍ଷିଣ କୋରିଆର ବିରୋଧୀ ଦଳ ନେତାଙ୍କୁ ଛୁରୀରେ ଆକ୍ରମଣ

ସିୟୋଲ, 2 ଜାନୁୟାରୀ – ଦକ୍ଷିଣ କୋରିଆର ବିରୋଧୀ ଦଳ ନେତା ଲି ଜେମ୍ୟୁଙ୍ଗଙ୍କୁ ଆକ୍ରମଣ । ବୁସାନ ସହରରେ ତାଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହାପରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଡେମୋକ୍ରେଟିକ ପାର୍ଟିର ମୁଖ୍ୟ ଲି ଜେମ୍ୟୁଙ୍‌ଗ, ବୁସାନ ସହରର ଗାଡେଓକେ ଦ୍ୱୀପରେ ଏୟାରପୋର୍ଟ ନିର୍ମାଣ ସ୍ଥଳର ପରିଦର୍ଶନ ପରେ ମିଡିଆ ପ୍ରଶ୍ନର ଉତ୍ତର ଦେଉଥିଲେ । ଏହି ସମୟରେ ଆକ୍ରମଣକାରୀ ଛୁରୀରେ ତାଙ୍କ ବେକକୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି ।

Show More

Related Articles

Back to top button