ବାଣିଜ୍ୟ

ଆଉ ମାଗଣା ନୁହେଁ ଇନଷ୍ଟାଗ୍ରାମ୍ !

ଦେବାକୁ ପଡିବ ଏତେ ଟଙ୍କା…

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଇନ୍‌ଷ୍ଟା ଆକାଉଣ୍ଟ ପରିଚାଳନା ଲାଗି ମାସକୁ ୮୯ ଟଙ୍କା ଦେବାକୁ ପଡ଼ିପାରେ । ତେବେ ଏ ବାବଦରେ ଏହି ସୋସିଆଲ ମିଡିଆ ତରଫରୁ ଔପଚାରିକ ଭାବେ କିଛି ଘୋଷଣା କରାଯାଇ ନାହିଁ ।

ମିଳିଥିବା ଖବର ମୁତାବକ ଇନ୍‌ଷ୍ଟାଗ୍ରାମ୍‌ ଏକ ନୂଆ ସବ୍‌ସ୍କ୍ରିପ୍‌ସନ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ କରୁଛି । ଏହା ଅନୁସାରେ କଣ୍ଟେଣ୍ଟ ଆକ୍ସେସ ନିମନ୍ତେ ୟୁଜରମାନଙ୍କୁ ପ୍ରତିମାସ ୮୯ ଟଙ୍କା ଗଣିବାକୁ ପଡ଼ିପାରେ । ଏହାଦ୍ୱାରା ଇନ୍‌ଷ୍ଟା କ୍ରିଏଟର୍ସ ଓ ଇନ୍‌ଫ୍ଲୁଏନ୍‌ସର୍ସଙ୍କୁ ଫାଇଦା ମିଳିବ । ଅନ୍ୟପକ୍ଷରେ ବର୍ତ୍ତମାନର ଇନ୍‌ଷ୍ଟା ଆକାଉଣ୍ଟ କିମ୍ବା ନୂଆ ସବ୍‌ସ୍କ୍ରିପ୍‌ସନ୍‌ ବୈଶିଷ୍ଟ୍ୟ ପାଇଁ ଏହି ଦେୟ ଦେବାକୁ ହେବ, ସେ ବାବଦରେ ସ୍ପଷ୍ଟ ଜଣାପଡ଼ି ନାହିଁ । କିନ୍ତୁ ମାସିକ ୮୯ ଟଙ୍କାରେ ମିଳିବାକୁ ଥିବା ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ କେତେକ ପରିବର୍ତ୍ତନ ଅଣାଯାଇଥିବା ଟେକ୍‌ କ୍ରଞ୍ଚ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।

Show More

Related Articles

Back to top button