କଳା ସଂସ୍କୃତି ଓ ସାହିତ୍ୟଦେଶ ବିଦେଶପୂଜା ପାର୍ବଣମୁଖ୍ୟ ଖବର

ଛଟ ପୂଜାର ଅନ୍ତିମ ଦିନ

ନଦୀ ପଠାରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଶ୍ରଦ୍ଧାଳୁ

କରୋନା କଟକଣା ମଧ୍ୟରେ ବିଭିନ୍ନ ସ୍ଥାନରେ ଛଟ ପାଳନ କରିଛନ୍ତି ଶ୍ରଦ୍ଧାଳୁ। ସୂର୍ଯ୍ୟ ଦେବଙ୍କ ଭଉଣୀ ହେଉଛନ୍ତି ଛଟ ମା । ପରିବାରର ମଙ୍ଗଳ ତଥା ସମାଜର ମଙ୍ଗଳ ପାଇଁ ଛଟ୍ ମାଙ୍କର ପୂଜାର୍ଚନାର ବିଧି ରହିଛି । ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏହା ପରେ ଶେଷ ହେବ ଛଟ ପୂଜା ।

 

ବୁଧବାର ଅସ୍ତଗାମୀ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପୁଜା କରିଛନ୍ତି ବ୍ରତଧାରୀ । ଝାରସୁଗୁଡା ସହରାଞ୍ଚଳର ବିଟିଏମ୍ କଲୋନୀ, ବକ୍ସିଛକ, ବୁରୋମାଳ, ସରବାହଲ, ପୁରୁଣାବସ୍ତି ସମେତ ବ୍ରଜରାଜନଗର, ମଣ୍ଡଳିଆ, ବେଲପାହଡ ସହ ବନ୍ଧବାହାଲର ବିଭିନ୍ନ ଜଳାଶୟରେ ବିହାର ଓ ଉତ୍ତରପ୍ରଦେଶର ବାସିନ୍ଦା ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ସେହିପରି ରାଉରକେଲାର ବିଭିନ୍ନ ନଦୀ ପଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭି଼ଡ଼ ଦେଖିବାକୁ ମିଳିଥିଲା ।

Show More

Related Articles

Back to top button