Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଏସୀୟ କ୍ରୀଡା- ବିବାଦୀୟ କବାଡି ମ୍ୟାଚରେ ଭାରତକୁ ସ୍ୱର୍ଣ୍ଣ

ହାଙ୍ଗଝୋ- ଭାରତୀୟ ପୁରୁଷ କବାଡି ଟିମ୍ ଶନିବାର ଏସୀୟ କ୍ରୀଡାରେ ଇରାନକୁ 33-29ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି । ଦୁଇ ଟିମ ମଧ୍ୟରେ ମୁକାବିଲା ବେଶ୍ ରୋମାଞ୍ଚକର ଓ ବିବାଦୀୟ ହୋଇଥିଲା । ମ୍ୟାଚକୁ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଥିଲା । ଲବି ନିୟମକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ପ୍ରୋ କବାଡି ଲିଗ ଓ ଅନ୍ତର୍ଜାତୀୟ କବାଡି ମହାସଂଘର ଭିନ୍ନ ଭିନ୍ନ ନିୟମ ରହିଥିବା ବେଳେ ମ୍ୟାଚରେ କେଉଁ ନିୟମ ଲାଗୁ କରାଯିବ ତାହାକୁ ନେଇ ଅଧିକାରୀମାନେ ସ୍ପଷ୍ଟ ନଥିଲେ । ଭାରତୀୟ ସମୟ ଦ୍ୱିପ୍ରହର 1.46 ମିନିଟରେ ମ୍ୟାଚକୁ ରୋକାଯାଇଥିବା ବେଳେ ପୁଣି ଥରେ 2.48ରେ ଆରମ୍ଭ କରାଗଲା । ଏହାର ଗୋଟିଏ ମିନିଟ ପରେ ଭାରତ 33-29ରେ ମ୍ୟାଚ ଉପରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲା ।

Show More

Related Articles

Back to top button