Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଭୟଙ୍କର କରୋନା ସ୍ଥିତି, ୪ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଦେଶର କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଦେଶରେ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୦୧ ହଜାର ୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୪୧୮୭ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୮ଲକ୍ଷ ୯୨ହଜାର ୬୭୬ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୮ହଜାର ୨୭୦ରେ ପହଞ୍ଚିଛି। ଏବେ ଦେଶରେ ୩୭ଲକ୍ଷ ୨୩ହଜାର ୪୪୬ ଆକ୍ଟିଭ କେସ୍ ରହିଛି। ସେହିପରି ୨୪ ଘଣ୍ଟାରେ ୩ଲକ୍ଷ ୧୮ହଜାର ୬୦୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୧କୋଟି ୭୯ଲକ୍ଷ ୩୦ହଜାର ୯୬୦ ଜଣ ସୁସ୍ଥ ହୋଇଛନ୍ତି।

Show More

Related Articles

Back to top button