Breaking PLUSଦେଶମୁଖ୍ୟ ଖବର

ଏଫଆଇଏଚ ହକି5ଏସ ବିଶ୍ୱକପ ପାଇଁ ଭାରତୀୟ ପୁରୁଷ ହକି ଟିମର ଓମାନ ଗସ୍ତ

ବେଙ୍ଗାଲୁରୁ, 25 ଜାନୁୟାରୀ – ଭାରତୀୟ ପୁରୁଷ ହକି ଟିମ୍ ଏଫଆଇଏଚ ହକି5ଏସ ପୁରୁଷ ବିଶ୍ୱକପର ଉଦଘାଟନ ସଂସ୍କରଣରେ ଭାଗ ନେବା ପାଇଁ ଗୁରୁବାର ସକାଳେ ବେଙ୍ଗାଲୁରୁର କେମ୍ପଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟରୁ ମସ୍କଟ, ଓମାନ ଗସ୍ତ କରିଛି ।
2023 ପୁରୁଷ ଏସୀୟ ହକି5ଏସ ବିଶ୍ୱକପ କ୍ୱାଲିଫାୟରର ରୋମାଞ୍ଚକର ଫାଇନାଲରେ ଚିର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପେନାଲ୍ଟି ସୁଟ ଆଉଟରେ 2-0ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ସୁରକ୍ଷିତ କରିବା ସହ ଭାରତୀୟ ଟିମ୍ ମିଶର, ଜାମାଇନା ଓ ସ୍ୱିଜରଲ୍ୟାଣ୍ଡ ସହିତ ପୁଲ-ବିରେ ଅଛି । ମୈଦାନରେ ଅନ୍ୟ ଟିମ ମଧ୍ୟରେ ପୁଲ-ଏରେ ନେଦରଲ୍ୟାଣ୍ଡ, ନାଇଜେରିଆ, ପାକିସ୍ତାନ ଓ ପୋଲାଣ୍ଡ ସାମିଲ ଅଛନ୍ତି ଏବଂ ପୁଲ-ସିରେ ଅଷ୍ଟ୍ରେଲିଆ,କେନିଆ, ନ୍ୟୁଜିଲାଣ୍ଡ ଓ ତ୍ରିନିଦାଦ, ଟୋବେଗୋ ସାମିଲ ଅଛନ୍ତି । ସେହିପରି ପୁଲ୍‌ଡିରେ ଫିଜି, ମାଲେସିଆ, ଓମାନ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ଅଛନ୍ତି ।

Show More

Related Articles

Back to top button