Breaking PLUSଦେଶମୁଖ୍ୟ ଖବର

ଏବେ ଅଯୋଧ୍ୟାରେ ସକାଳ 6ଟାରୁ ରାତି 10ଟା ଯାଏ ରାମଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଅଯୋଧ୍ୟା, 25 ଜାନୁୟାରୀ – ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଗତ ଦୁଇଦିନରେ ଦଶଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଦର୍ଶନ ପାଇଁ ଜମୁଥିବା ଭିଡକୁ ଦୃଷ୍ଟି ରଖି ଗୁରୁବାରରୁ ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସକାଳ 6ଟାରୁ ରାତି 10ଟା ଯାଏ ରାମଲଲାଙ୍କ ଦର୍ଶନ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି ।
ଏବେ ରାତି 10ଟା ଯାଏ ଅନବରତ ରାମଲଲାଙ୍କ ଦରବାର ରାମଭକ୍ତଙ୍କ ପାଇଁ ଖୋଲା ରହିବ । ଶ୍ରଦ୍ଧାଳୁଙ୍କୁ ସୁବିଧାପୂର୍ବକ ଦର୍ଶନ କରାଇବା ପାଇଁ ସୁରକ୍ଷାକର୍ମୀ ରାମଲଲାଙ୍କ ପରିସରରେ ମାନବ ଶୃଙ୍ଖଳା କରି ରାମଭକ୍ତଙ୍କୁ ପ୍ରବେଶ କରାଉଛନ୍ତି ।

Show More

Related Articles

Back to top button