Breaking PLUSଦେଶମୁଖ୍ୟ ଖବର

ଅମରାବତୀରେ ଦୁଇଟି ଗାଡି ଧକ୍କା, 3 ମୃତ

ମୁମ୍ବାଇ, 25 ଜାନୁୟାରୀ – ଅମରାବତୀ ଜିଲ୍ଲାରେ ସମୃଦ୍ଧି ହାଇୱେରେ ଗୁରୁବାର ସକାଳେ ଅଟୋ ଓ କଣ୍ଟେନର ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ 3ଜଣଙ୍କର ମୃତ୍ୟୁ ହୋଇଛି । ତଲେଗାଓ ସଦାସର ପୋଲିସ ଷ୍ଟେସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମଟମ ପାଇଁ ପଠାଇଛି ।
ପୋଲିସର ସୂଚନା ମୁତାବକ, ଅମରାବତୀ ଜିଲ୍ଲାରେ ସମୃଦ୍ଧି ହାଇୱେରେ ଆଜି ସକାଳେ ଏକ ଅଟୋରେ କିଛି ଲୋକ ଅହମଦନଗରରୁ ରାୟପୁର ଯାଉଥିଲେ । ତଲେଗାଓଁରେ ହାଇୱେରେ ଅଟୋ ଚାଳକଙ୍କର ଆଖି ଲାଗିଯାଇଥିଲା । ଫଳରେ ଅଟୋଟି ଭାରସାମ୍ୟ ହରାଇ ହାଇୱେରେ ଠିଆ ହୋଇଥିବା ଏକ କଣ୍ଟେନରରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି ।

Show More

Related Articles

Back to top button