Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ

ଗୌହ୍ବାଟୀ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ମ୍ୟାଚ୍‌। ଶୁକ୍ରବାର ପାକିସ୍ତାନ-ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିବାବେଳେ ତିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଶନିବାର ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଗୌହ୍ବାଟୀରେ ଖେଳିବ। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଉକ୍ତ ଅଭ୍ୟାସ ମ୍ୟାଚରେ ପୂର୍ଣ୍ଣ ଏକାଦଶ ସହ ଓହ୍ଲାଇବା ନେଇ ଆଶା କରାଯାଉଛି। କାରଣ ୮​‌ରେ ଭାରତ ବିଶ୍ବକପର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ବିଶ୍ବକପ ପୂର୍ବରୁ ଭାରତ ଏସିଆ କପ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ପରୀକ୍ଷାନିରୀକ୍ଷା କରିସାରିଛି।

Show More

Related Articles

Back to top button