Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଇନରେ ପରିଣତ ହେଲା ମହିଳା ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି।

ସେପ୍ଟେମ୍ବର ୨୦ରେ ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଭୋଟିଂ ଜରିଆରେ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ୨ଟି ଭୋଟ୍ ପଡ଼ିଥିଲା। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ ଲୋକସଭାରେ ପାରିତ ହୋଇଥିଲା ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌। କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା।

ଏହାପରେ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା।

Show More

Related Articles

Back to top button