Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

2000 ଟଙ୍କିଆ ନୋଟ୍ ଫେରସ୍ତ ଅବଧି ବଢିପାରେ

ନୂଆଦିଲ୍ଲୀ : ଭାରତର ରିଜର୍ଭ ବ୍ୟାଙ୍କ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ କରିବାର ସମୟସୀମା ବୃଦ୍ଧି କରିପାରେ ବୋଲି ମନି କଣ୍ଟ୍ରୋଲର ରିପୋର୍ଟରୁ ଜଣାପଡ଼ିଛି। ଆରବିଆଇ ସମୟସୀମା ବୃଦ୍ଧି କରିବାକୁ ଚିନ୍ତା କରୁଛି। ସମୟସୀମା ବୃଦ୍ଧି ପଛରେ ଅନେକ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଅନେକ ଭାରତୀୟ ବିଦେଶରେ ରହନ୍ତି। ଏଭଳି ପରିସ୍ଥିତିରେ ଏହି ଏନ୍‌ଆରଆଇମାନଙ୍କୁ ଆଉ ଏକ ମାସର ସମୟ ମିଳିଯିବ, ଯାହା ମାଧ୍ୟମରେ ସେମାନେ ସହଜରେ ୨୦୦୦ ଟଙ୍କା ନୋଟ୍‌ ବ୍ୟାଙ୍କରେ ଜମା କରିପାରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଗତ ୧୯ ମଇରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିନେଇଥିଲା। ୨୦୦୦ ଟଙ୍କିଆ ନୋଟ୍‌କୁ ଜମା କିମ୍ବା ବିନିମୟ କରିବାକୁ ପ୍ରାୟ ଚାରି ମାସ ସମୟ ଦେଇଥିଲା। ତଥାପି ଏପର୍ଯ୍ୟନ୍ତ ୨୪,୦୦୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିନାହିଁ । ଦୁଇ ହଜାର ଟଙ୍କିଆ ନୋଟ୍‌ ବିନିମୟ କିମ୍ବା ଜମା କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି।

Show More

Related Articles

Back to top button