Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତ ଓ ବାଂଲାଦେଶରେ ଆଜି ବିଜୟ ଦିବସର ଧୁମ୍

ନୂଆଦିଲ୍ଲୀ- ଭାରତ ଓ ବାଂଲାଦେଶରେ ଆଜି ବିଜୟ ଦିବସର ଉତ୍ସବ । ଏହି ଅବସରରେ ମାଆ ଭାରତୀଙ୍କ ବୀର ଯବାନଙ୍କୁ ନମନ କରିଛି ବିଜେପି । ବାଂଲାଦେଶରେ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ରାଜଧାନୀ ଢାକାରେ ସଂସଦ ଭବନକୁ ଆଲୋକମାଳାରେ ସଜାଯାଇଛି । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତି ଆର୍ମି ହାଉସରେ ଆୟୋଜିତ ଆଟ୍ ହୋମ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହୋଇଛନ୍ତି ।
ଭାରତର ରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ଆର୍ମି ହାଉସରେ ଆଟ୍ ହୋମ ସମାରୋହରେ ସାମିଲ ହୋଇଥିଲେ । ବିଜେପି ପକ୍ଷରୁ ଏକ୍ସରେ, 52 ବର୍ଷ ପୂର୍ବେ ଆଜିର ତାରିଖରେ ସ୍ମୃତିକୁ ମନେ ପକାଇ କୁହାଯାଇଛି ଯେ, 1971 ଯୁଦ୍ଧରେ ଅଦମ୍ୟ ସାହସ, ଶୌର୍ଯ୍ୟ ଓ ବଳିଦାନରୁ ଐତିହାସିକ ବିଜୟ ଓ ଗୌରବଶାଳୀ ଅଧ୍ୟାୟ ଲେଖିଥିବା ମାଆ ଭାରତୀଙ୍କ ବୀର ସୈନିକମାନଙ୍କୁ କୋଟି କୋଟି ପ୍ରଣାମ ।

Show More

Related Articles

Back to top button