ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବଢୁଥିବା ଓଜନକୁ ହ୍ରାସ କରିବାକୁ ଚାହୁଁଛନ୍ତି କି ?

ନିୟମିତ ଖାଆନ୍ତୁ ଛତୁଆ

ବର୍ତ୍ତମାନ ଖାଦ୍ୟପେୟ ଏଭଳି ହେଲାଣି ଲୋକମାନଙ୍କ ଓଜନ ବୃଦ୍ଧି ହେଉଛି । ସାଧାରଣତଃ ଛୋଟରୁ ଆରମ୍ଭ କରି ବଡ ଯାଏଁ ସଭିଏଁ ଜଙ୍କ ଫୁଡ୍‌ ଖାଉଛନ୍ତି । ଏଥିପାଇଁ ଅନେକ ଲୋକ ଜିମ୍ ଯାଉଛନ୍ତି। ତେଣୁ ଗ୍ରୀଷ୍ମ ଋତୁରେ ଆପଣଙ୍କର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଛତୁଆ ଅପେକ୍ଷା କୌଣସି ଭଲ ବିକଳ୍ପ ନାହିଁ । ଛତୁଆ ହିଁ ଖରା ଦିନରେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହିତ ଓଜନ ମଧ୍ୟ ହ୍ରାସ କରିପାରେ । ଛତୁଆରେ ଫାଇବର, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିତାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ଛତୁଆ ଆପଣଙ୍କ ଓଜନ ହ୍ରାସ କରିବାରେ କିପରି ସାହାଯ୍ୟ କରିପାରିବ ।

–ଛତୁଆରେ ଭରପୁର ଫାଇବରର ମାତ୍ରା ରହିଥାଏ। ଯାହାକି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଅନୁଭବ କରେ ନାହିଁ। ଯେଉଁଥିପାଇଁ ଆପଣ ଅଧିକ କ୍ୟାଲୋରୀ ଖାଆନ୍ତି ନାହିଁ । ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଏହାକୁ ଆଜିଠାରୁ ନିଜେ ଖାଦ୍ୟରେ ସାମିଲ୍‌ କରନ୍ତୁ।

–ସକାଳ ଜଳଖିଆରେ ଛତୁଆ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରରେ ବିଷାକ୍ତ ପଦାର୍ଥରୁ ମୁକ୍ତି ଦେଇଥାଏ । ଏହା ସହିତ ଛତୁଆ ଶରୀରକୁ ଥଣ୍ଡା ରଖିଥାଏ ।ଏଥି ସହିତ, ଏହା ଶରୀରକୁ ପୁଷ୍ଟିକର ଯୋଗାଏ। ଯାହାଫଳରେ ଆପଣ ଭୋକିଲା ମଧ୍ୟ ଅନୁଭବ କରିବେ ନାହିଁ ।

-ତେବେ ଏହାକୁ ପାଣି ପାଣି କରି ପିଇ ପାରିବେ । ନଚେତ୍‌ ରୁଟି ଆକାରରେ ମଧ୍ୟ କାଇ ପାରିବେ । ହେଲେ ଛତୁଆକୁ ଅଧିକ ମାତ୍ରାରେ ଖାଇବା ଉଚିତ୍‌ ନୁହେଁ । କାରଣ ଏହା ଗ୍ୟାସ ସମସ୍ୟାର କାରଣ ହୋଇପାରେ ।

Show More

Related Articles

Back to top button