Breaking PLUSଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱରେ ବ୍ୟାପୁଛି କରୋନାର ଭାରିଆଣ୍ଟ BA.୨

ବଢାଇଲା ଚିନ୍ତା

କରୋନା ମହାମାରୀକୁ ଦୁଇ ବର୍ଷ ବିତିଛି, ତଥାପି ମହାମାରୀ ଶେଷ ହେବାର ନାଁ ଧରୁନାହିଁ। ବିଶ୍ୱର ଅନେକ ସ୍ଥାନରେ ବର୍ତ୍ତମାନ ମଧ୍ୟ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। କରୋନାର ଓମିକ୍ରନ ଭାରିଆଣ୍ଟ ଯୋଗୁଁ ବିଶ୍ୱର ଅନେକ ସ୍ଥାନରେ କେସ ବଢିବାରେ ଲାଗିଛି। ଓମିକ୍ରନ ଭାରିଆଣ୍ଟର ସବ ଭାରିଆଣ୍ଟ BA.୨ ଏବେ ସାରା ବିଶ୍ୱରେ କାୟା ମେଲାଇବାରେ ଲାଗିଛି। ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ଓମିକ୍ରମ ଭାରିଆଣ୍ଟକୁ ତିନୋଟି ସବ୍ ଭାରିଆଣ୍ଟ BA.୧, BA.୨ ଏବଂ BA.୩ରେ ବିଭାଜନ କରାଯାଇଛି। BA.୨ ସବ ଭାରିଆଣ୍ଟକୁ ଟ୍ରାକ୍ କରିବା ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ କଷ୍ଟ ହୋଇଥାଏ। ଏହି କାରଣରୁ ଏହାକୁ ଚୋରି ପ୍ରଜାତି ମଧ୍ୟ କୁହାଯାଏ । BA.୧କୁ ସାଧାରଣ ଆଟିପିସିଆର ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇପାରେ । ସେହିପରି BA.୨ ଏବଂ BA.୩ ସହ ଅନ୍ୟ ପ୍ରଜାତିକୁ ଜିନୋମିକ ସିକ୍ୱେନିଂ ଦ୍ୱାରା ଚିହ୍ନଟ କରାଯାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଚିହ୍ନଟ ହେଉଥିବା ମାମଲା ମଧ୍ୟରୁ ୮୬ ପ୍ରତିଶତ BA.୨ ଭାରିଆଣ୍ଟ ।

କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ। ତେବେ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଏଥିରେ ଅଧିକ ସଂକ୍ରମିତ ହେବା ସମ୍ଭାବନା କମ। ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ତଥ୍ୟ ଅନୁସାରେ, BA.୨ ବିରୁଦ୍ଧରେ ଭ୍ୟାକ୍ସନ ମଧ୍ୟ କମ ପ୍ରଭାବୀ। ବୁଷ୍ଟର ଡୋଜ ଦ୍ୱାରା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ଏବଂ ମୃତ୍ୟୁ ହାରକୁ କମାଯାଏ। BA.୨ ଯୋଗୁଁ ଚୀନ ଏବଂ ୟୁରୋପୀୟନ ଦେଶ ଗୁଡିକରେ ପୁଣି ଥରେ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଜର୍ମାନୀ ଏବଂ ୟୁକେରେ ସଂକ୍ରମଣ ବଢିଚାଲିଛି। ଏହାସହ ଆମେରିକାରେ କରୋନାର ନୂଆ ଲହରର ଆଶଙ୍କା ସୃଷ୍ଟି ହୋଇଛି ।

Show More

Related Articles

Back to top button