ଅପରାଧଆଇନ କାନୁନଓଡ଼ିଶା

୩ ଦିନ ଧରି ଜଳୁଛି ଶିମିଳିପାଳ,୫ ଗିରଫ

ଜୀବଜନ୍ତୁ ବିପଦରେ

ମୟୂରଭଞ୍ଜ: ଶିମିଳିପାଳରେ ନିଆଁ । ଗତ ୩ ଦିନ ଧରି ଜଳୁଛି ଶିମିଳିପାଳ । ବିପଦରେ ପଶୁପକ୍ଷୀ । ନିଆଁର କରାଳ ରୂପରେ ସ୍ଥାନୀୟ ଲୋକଙ୍କ ସମେତ ଆଖପାଖ ଲୋକେ ମଧ୍ୟ ଭୟଭୀତ । ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ । ଅଧିକାଂଶ ଔଷଧୀୟ ଗଛ ଜଳି ପୋଡି ପାଉଁଶ ହୋଇଗଲାଣି । ତେବେ ଏହାରି ମଧ୍ୟରେ ୪ ପଏଣ୍ଟ୍‌ରେ ନିଆଁ ଲାଗିବା ଘଟଣାରେ ଆଜି ବନ ବିଭାଗ ୫ ଶିକାରୀଙ୍କୁ ଗିରଫ କରିଛି ।

ବନ ବିଭାଗର ସୂଚନା ଅନୁଯାୟୀ, ଜଙ୍ଗଲୀ ଜନ୍ତୁଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଯାଇଥିଲା । ଗତକାଲି ୪ ପଏଣ୍ଟ ମଧ୍ୟରେ ନଅଣା ରେଞ୍ଜରେ ନିଆଁ ଲାଗିଥିବା ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍ କରିଥିଲା । ସେଠାରୁ ଶିକାରରେ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯିବା ସହ  ୫ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଗିରଫ ଶିକାରୀମାନେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ଏସିଏଫ୍ ପ୍ରଦୀପ କୁମାର । ତେବେ ଗୋଟିଏ ପଟେ ଖରାର ପ୍ରଭାବ ବଢ଼ୁଥିବା ବେଳେ ଜଙ୍ଗଲର ନିଆଁ ଅଞ୍ଚଳକୁ ଆହୁରି ଅଧିକ ଉତ୍ତପ୍ତ କରି ପକାଇଛି । ନିଆଁ କେଉଁ କାରଣରୁ ଲାଗୁଛି ବୋଲି ବନ ବିଭାଗ ସ୍ପଷ୍ଟ କରିପାରୁନଥିବା ବେଳେ ଯାଞ୍ଚ ପରେ ଏହା ପଶୁ ଶିକାର ପାଇଁ ଲଗାଯାଉଥିବା ଜଣାପଡ଼ିଥିଲା । ତେବେ ଗିରଫ ୫ ଜଣଙ୍କୁ କୋର୍ଟରେ ହାଜର କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button