Breaking PLUSଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ରୋଗୀଙ୍କୁ ନେଇ ଯାଉଥିବା ସମୟରେ ହଠାତ୍ ଆମ୍ୱୁଲାନ୍ସର ଦୁର୍ଘଟଣା

ରୋଗୀଙ୍କୁ ନେଇ ଯାଉଥିବା ସମୟରେ ହଠାତ୍ ଅମ୍ବୁଲାନ୍ସର ଚକ ବାହାରିଗଲା ।

ରୋଗୀଙ୍କୁ ନେଇ ଯାଉଥିବା ସମୟରେ ହଠାତ୍ ଅମ୍ବୁଲାନ୍ସର ଚକ ବାହାରିଗଲା । ଫଳରେ 6 ଜଣ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି 4 ରୋଗୀ ଓ ଦୁଇ ଆମ୍ବୁଲାନ୍ସ କର୍ମଚାରୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରୁ କୋଷାଗୁମୁଡା ଯିବା ରାସ୍ତା ତଣ୍ଡାଗୁଡା ନିକଟରେ ବିଳମ୍ବିତ ରାତିରେ 108 ଆମ୍ବୁଲାନ୍ସ ଯାଉଥିବାବେଳେ ଏହି ଗୁର୍ଘଟଣା ଘଟିଛି । ସୂଚନାନୁସାରେ, ଖୁଟୁବାଇରୁ ପାପଡାହାଣ୍ଡି ଡାକ୍ତରଖାନାକୁ ରୋଗୀ ଆସୁଥିବାବେଳେ କୌଣସି କାରଣ ବସତଃ ଆମ୍ନୁଲାନ୍ସଟିର ବାମ ଚକା ବାହାରିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ରାସ୍ତା କଡ଼ ସିମେଣ୍ଟ ପିଲରକୁ ଧକ୍କା ଦେଇ ଓଲଟି ପଡିଥିଲା । ଏଥିରେ ବସିଥିବା କର୍ମଚାରୀ ଓ ରୋଗୀଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ମିଳିଛି ।

Show More

Related Articles

Back to top button