Breaking PLUSଓଡ଼ିଶାବାଣିଜ୍ୟମୁଖ୍ୟ ଖବର

ଓଡ଼ିଶା ବଜେଟ୍‌

ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି । ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ ୭୪,୯୯,୧୭୯ ଟଙ୍କା ବ୍ୟୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- ୧୦,୧୬,୫୩,୭୭୯ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ବାଣିଜ୍ୟ ବିଭାଗ-୮୬, ୭୯, ୭୫ ଟଙ୍କା ବ୍ୟୟବରାଦ ଏବଂ ଖାଦ୍ୟ ଯୋଗାଣ-୬୦,୨୪,୩୮୦ ଟଙ୍କା ବ୍ୟୟବରାଦ ହୋଇଛି ।

ସେହିପରି ଅବଢ଼ା ପାଇଁ ୧,୪୦୮ କୋଟି, ଏକାମ୍ର ଉନ୍ନତି ପାଇଁ ୨୦୦ କୋଟି,, ସମଲେଇ ମନ୍ଦିରକୁ ୨ ଶହ କୋଟି, ପର୍ଯ୍ୟଟନ ବିକାଶ ପାଇଁ ୧୫୦ କୋଟି, ବିଜୁ ସେତୁ ଯୋଜନା ପାଇଁ ୧ ହଜାର ୬୮୮ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୬୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Show More

Related Articles

Back to top button