Breaking PLUSଓଡ଼ିଶାମୁଖ୍ୟ ଖବର

ବଢିଲା କୋଭିଡ୍ ସଂକ୍ରମଣ

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ବଢିଚାଲିଛି କୋଭିଡ୍ ସଂକ୍ରମଣ । ତୃତୀୟ ଲହର ପରେ ପ୍ରଥମ ଥର ପାଇଁ ରାଜ୍ୟରେ ୫ ଶହ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ପୁଣି ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ସହ ପୁରୀ ଓ କଟକ ମଧ୍ୟ ରେଡ୍‌ ଜୋନ୍‌କୁ ଫେରିଛି । ଖୋର୍ଦ୍ଧା ଜିଲ୍ଲାରେ ଟିପିଆର ୧୦.୬୧, ପୁରୀରେ ୮.୧୩ ଓ କଟକରେ ୭.୭ ରହିଛି । ସେପଟେ ରାଜ୍ୟର ସବୁଠି ଅଧିକ ସଂକ୍ରମିତ ଭୁବନେଶ୍ବରରେ ବାହାରୁଥିବାରୁ ଏହାକୁ ନଜରରେ ରଖି ରାଜଧାନୀବାସୀଙ୍କୁ ତାଗିଦ କଲେ ମେୟର । ପୂର୍ବରୁ ଭୁବନେଶ୍ବରରେ ମାକ୍ସକୁ ବାଧ୍ୟତାମୂଳକ କରିଛି ବିଏମସି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜଧାନୀରେ ମାସ୍କ ପିନ୍ଧିବାକୁ ପଡିବ, ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି ।

ପୂର୍ବ ଭଳି ମଧ୍ୟ ଫାଇନ୍‌ କଟାଯିବ ବୋଲି ତାଗିଦ କରିଛନ୍ତି ଭୁବନେଶ୍ବର ମେୟର। ଉଲ୍ଲେଖଯୋଗ୍ୟ ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୯୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨, ୮୦, ୯୫୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଜିଲ୍ଲା ସଂକ୍ରମଣ ତାଲିକାରେ ସାମିଲ ହେଉଛି । ବର୍ତ୍ତମାନ ରାଜ୍ୟର ୨୨ଟି ଜିଲ୍ଲା ପୁଣି ସଂକ୍ରମଣରେ କବଳିତ । ଏବେଠାରୁ ସଜାଗ ହେବା ଜରୁରୀ । ନହେଲେ ଆଗକୁ ଚତୁର୍ଥ ଲହର ହୋଇପାରେ ।

Show More

Related Articles

Back to top button