ଦେଶ ବିଦେଶରାଜନୀତି

ପଶ୍ଚିମବଙ୍ଗରେ ପଦା ହୋଇଗଲା ବିଜେପି

ପୌର ନିର୍ବାଚନରେ ୧୦୮ରୁ ୧୦୨ ଆସନ ପୋଛି ନେଇଛି TMC, ପୁଣି ଖାତା ଖୋଲିଲେ ବାମ ମୋର୍ଚ୍ଚା

କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ପାର୍ଟି ୨୦୨୨ ପୌର ନିର୍ବାଚନରେ ବାଜିମାତ କରିଛି। ରାଜ୍ୟର ୧୦୮ ନଗରପାଳିକା ମଧ୍ୟରୁ ୧୦୨ଟିରେ ଜିତାପଟ ହାସଲ କରିଛି। ଏଥିରୁ ୩୧ ନଗରପାଳିକାରେ କେହି ବିରୋଧୀ ମଧ୍ୟ ନାହାନ୍ତି। ଦଳର ଏପରି ଫଳାଫଳ ରାଜ୍ୟ ବିଧାନସଭା ନିର୍ବାଚନକୁ ବଳି ଯାଇଛି। ବିଜେପି ଆସନ ଗୁଡିକୁ ଟିଏମସି ପୌରନିର୍ବାଚନରେ ଚାଟିଯାଇଛି। ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଦଳର ଏପରି ବିଜୟରେ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ରାଜ୍ୟ ପୌର ନିର୍ବାଚନରେ ବାମ ମୋର୍ଚ୍ଚା ପୁଣି ଖାତା ଖୋଲିଛନ୍ତି। ନଦିଆ ଜିଲ୍ଲା ତାହେରପୁର ନଗରପାଳିକାରେ ନିଜର ବିଜୟ କାୟମ କରିଛି। ତେବେ ଗତ ବିଧାନସଭା ନିର୍ବାଚନରେ ରାଜ୍ୟର ୭୭ଟି ବିଧାନସଭା ଆସନରୁ ଜିତି ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି ପୌର ନିର୍ବାଚନରେ ଖାତା ଖୋଲିବାକୁ ବି ସକ୍ଷମ ହୋଇପାରିନି। କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ସମଦଶା ଭୋଗିଛି।

ତେବେ ପୌର ନିର୍ବାଚନ ଫଳାଫଳରେ ଦାର୍ଜିଲିଂ ନଗରପାଳିକାରେ ନୂଆକରି ଗଢ଼ି ଉଠିଥିବା ‘ହମରୋ ପାର୍ଟି’ ବିଜୟୀ ହୋଇଛି। ଏହି ନିର୍ବାଚନରେ ଟିଏମସି ୨ ହଜାର ୨୫୮ ପ୍ରାର୍ଥୀ ଛିଡା କରିଥିବା ବେଳେ ବିଜେପି ୨୦୨୧, ସିପିଏମ ୯୯ ଓ ବହୁଜନ ସମାଜପାର୍ଟି ୩୦ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଏହା ଛଡା କଂଗ୍ରେସ ପକ୍ଷରୁ ୧୫୮ ଜଣ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ। ସେହିପରି ୮୪୩ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି। ନିର୍ବାଚନ ପରେ ବିଜେପି ଏହି ଫଳାଫଳ ଉପରେ ରୋକ ଲଗାଇବାକୁ ଦାବି କରିଥିଲା। ନିର୍ବାଚନରେ ଟିଏମସି ଅନିୟମିତତା କରିଥିବାର ବିଜେପି ଅଭିଯୋଗ କରିଥିଲା। ନିର୍ବାଚନ କାଳରେ ହିଂସା ଉପରେ ନଜର ରଖିବାକୁ ମଧ୍ୟ ବିଜେପି ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲା।

Show More

Related Articles

Back to top button