Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ପାକିସ୍ତାନରେ ସାଧାରଣ ନିର୍ବାଚନରେ ପିଟିଆଇ ସମର୍ଥିତ 92 ପ୍ରାର୍ଥୀ ବିଜୟୀ, ନୱାଜଙ୍କ ପାର୍ଟିଙ୍କୁ 71 ଆସନ

ଇସଲମାବାଦ, 10 ଫେବୃଆରୀ – ପାକିସ୍ତାନର ଲୋକେ ସାଧାରଣ ନିର୍ବାଚନରେ ଜେଲରେ ବନ୍ଦ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଆଶୀର୍ବାଦ ଢାଳି ଦେଇଛନ୍ତି । ଏବେ ସୁଦ୍ଧା 253 ସିଟର ରେଜଲ୍ଟ ଘୋଷଣା କରାଯାଇଛି । ଏଥିରୁ ଖାନଙ୍କ ପାର୍ଟିକୁ ପାକିସ୍ତାନ-ତହରିକ୍-ଏ-ଇନସାଫ ସମର୍ଥିତ 92 ନିର୍ଦଳୀୟ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇଛନ୍ତି ।
ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ ପାର୍ଟିଙ୍କୁ 71 ଆସନ ମିଳିଛି । ଏବେ ମାତ୍ର 12ଟି ଆସନର ରେଜଲ୍ଟ ଆସିବାକୁ ବାକି ରହିଛି । ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିର 336 ଆସନରୁ 266ଟି ଆସନରେ ମତଦାନ ହୋଇଛି । ବାଜୌର ଆକ୍ରମଣରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେଗୋଟିଏ ସିଟରେ ମତଦାନ ସ୍ଥଗିତ ରଖାଯାଇଛି ।

Show More

Related Articles

Back to top button