Breaking PLUSଦେଶମୁଖ୍ୟ ଖବର

ବିଶ୍ୱ ପୁସ୍ତକ ମେଳା 2024 ଆରମ୍ଭ, ଟ୍ରାଫିକ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ, 10 ଫେବୃଆରୀ – ପ୍ରଗତି ମୈଦାନରେ ଆଜିଠୁ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା 2024 ଆରମ୍ଭ ହୋଇଛି । ଏହି ମେଳା ଫେବୃୟାରୀ 10ରୁ 18 ଯାଏ ଚାଲିବ । ଦିଲ୍ଲୀ ଟ୍ରାଫିକ ପୋଲିସ ଅନୁସାରେ ପ୍ରତିଦିନ ମେଳାକୁ 25ରୁ 30ହଜାର ଲୋକ ଆସିବାର ଅନୁମାନ କରାଯାଉଛି । ଯାହାଦ୍ୱାରା ପ୍ରଗତି ମୈଦାନ ଆଖପାଖରେ ଯାତାୟତ ପ୍ରଭାବିତ ହୋଇପାରେ । ଛୁଟିଦିନରେ ଏହି ସଂଖ୍ୟା 40ହଜାର ହୋଇପାରେ । ଏହି ସମୟରେ ମଥୁରା ରୋଡ, ଭୌରୋ ମାର୍ଗ, ରିଙ୍ଗ ରୋଡ୍, ଶେରଶାହ ରୋଡ୍ ଓ ପୁରୁଣା କିଲ୍ଲାରୋଡ ଉପରେ ଯାତାୟତ ପ୍ରଭାବିତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି ହୋଇଛି ।
ଟ୍ରାଫିକ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ଯେ, ମେଳା ସମୟରେ ପ୍ରଗତି ମୈଦାନର ଆଖପାଖ ସ୍ଥାନକୁ ଯିବାରୁ ଦୂରେଇ ରୁହନ୍ତୁ । ଟ୍ରାଫିକକୁ ସୂଚାରୁ ରୂପେ ଚଳାଇବା ପାଇଁ ମଥୁରା ରୋଡ ଓ ଭୌରୋ ମାର୍ଗରେ କୌଣସି ଗାଡିକୁ ଅଟକିବାକୁ ଦିଆଯିବନାହିଁ । ଶେରଶାହ ରୋଡ, ପୁରୁଣା କିଲା ରୋଡ୍, ଭଗବାନ ଦାସରୋଡ ଓ ତିଳକ ମାର୍ଗରେ ପାର୍କିଂ ଅନୁମତି ନାହିଁ । ଏଠାରେ ଠିଆ ହୋଇଥିବା ଗାଡିକୁ କ୍ରେନ ସହାୟତାରେ ଉଠାଇ ନିଆଯିବ ।

Show More

Related Articles

Back to top button