Breaking PLUSଦେଶମୁଖ୍ୟ ଖବର

ଆତଙ୍କବାଦ ସହିତ ଜଡିତ ମାମଲାରେ ଏନଆଇଏ ପକ୍ଷରୁ ଜମ୍ମୁ-କଶ୍ମୀର ସମେତ ତାମିଲନାଡୁରେ ରେଡ୍

ନୂଆଦିଲ୍ଲୀ, 10 ଫେବୃଆରୀ – ଜମ୍ମୁ କଶ୍ମୀର ଓ ତାମିଲନାଡୁରେ ଏକ ସମୟରେ ଅନେକ ସ୍ଥାନରେ ଏନଆଇଏ ରେଡ୍ କରିଛି । ଦୁଇଟି ଯାକ ମାମଲା ଆତଙ୍କବାଦ ସହିତ ଜଡିତ ।
ଏନଆଇଏ ମୁତାବକ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆର୍ଥିକ ସହାୟତା ମାମଲାକୁ ନେଇ ଏନଆଇଏ ଟିମ୍ ଶନିବାର ଜମାତ-ଏ-ଇସଲାମୀ ସଙ୍ଗଠନ ସହିତ ଜଡିତ ଲୋକଙ୍କ 10ଟି ଠିକଣା ଉପରେ ରେଡ୍ କରିଛି । ଏହି ରେଡ ବଡଗାମ, କୁଲଗାମ ଓ ଜମ୍ମୁ ଜିଲ୍ଲାର ଗୁଜ୍ଜର ନଗର ଶହିଦିଚୌକ ଅଞ୍ଚଳରେ ହୋଇଛି ।
ଏନଆଇଏ ମୁତାବକ ଟିମ୍ କୁଲଗାମର ଜମାତର ପୂର୍ବତନ ପ୍ରମୁଖ ଶେଖ୍ ଗୁଲାମ ହସନ ଓ ସୟାର ଅହମ୍ମଦ ରେଶିଙ୍କ ବାସଭବନରେ ରେଡ୍ କରିଛି । ଏହି ଦୁଇ ନେତା ପ୍ରତିବନ୍ଧିତ ସଙ୍ଗଠନ ଜମାତ-ଏ-ଇସଲାମୀ ଜମ୍ମୁ କଶ୍ମୀର ସହିତ ଜଡିତ ।
ଅନ୍ୟପଟେ ତାମିଲନାଡୁରେ ଏନଆଇଏ 2022ରେ କୋଏମ୍ବାଟୁରରେ ହୋଇଥିବା ବୋମା ବିସ୍ଫୋରଣକୁ ନେଇ 27ଟି ସ୍ଥାନରେ ରେଡ୍ କରିଛି । ଏହି ବିସ୍ଫୋରଣରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ ସିରିୟାର ହାତ ଥିଲା । ଏନଆଇଏ ଟିମ ଏହି ମାମଲାରେ ଚେନ୍ନାଇ, ତ୍ରିଚି, ମଦୁରାଇ, ତିରୁନେଲୱେଲି ଓ କୋଏମ୍ବାଟୁରରେ ରେଡ୍ କରିଛି ।

Show More

Related Articles

Back to top button