ବାଣିଜ୍ୟ

ଦରବୃଦ୍ଧିରେ ସାମାନ୍ୟ ଆଶ୍ୱସ୍ତି, ଜୁନରେ ମୁଦ୍ରାସ୍ପୀତି ହାର ୭.୦୧ %

ଏବେ ବି ଆରବିଆଇ ଲକ୍ଷ୍ୟ ବାହାରେ

ଖାଉଟିଙ୍କୁ ଜୁନ ମାସ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଜୁନ ମାସରେ ମୁଦ୍ରାସ୍ପୀତି ହାରରେ ମାମୁଲି ହ୍ରାସ ଘଟିଛି । ମଙ୍ଗଳବାର ସରକାର ଖୁଚୁରା ମୁଦ୍ରାସ୍ପୀତି ଡାଟା ଜାରି କରିଛନ୍ତି । ଜୁନରେ ଖୁଚୁରା ଦରବୃଦ୍ଧି ହାର ମେ ମାସ ତୁଳନାରେ କମିଥିବା ଡାଟା କରୁଛି । ଜୁନରେ ମୁଦ୍ରାସ୍ପୀତି ହାର ୭.୦୧ ପ୍ରତିଶତ ରହିଛି। ମେ ମାସରେ ଏହା ୭.୦୪ ପ୍ରତିଶତ ଥିଲା। କିନ୍ତୁ ଏବେ ବି ଏହା ଆରବିଆଇର ଟାର୍ଗେଟ ଉପରେ ରହିଛି। ଆରବିଆଇ ଏବଂ କେନ୍ଦ୍ର ସରକାରଙ୍କ ପ୍ରୟାସ ସତ୍ତ୍ୱେ ଦରବୃଦ୍ଧି ହାରରେ ଅଧିକ ପରିବର୍ତ୍ତନ ଆସିନାହିଁ । ଲଗାତାର ଷଷ୍ଠ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ରିଜର୍ଭ ବ୍ୟାଙ୍କର ଟାର୍ଗେଟ ଉପରେ ରହିଛି । ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ହାର ପାଇଁ ୨-୬ ପ୍ରତିଶତ ଯାଏଁ ଟାର୍ଗେଟ ରଖିଥିଲା।

ଖୁଚୁରା ମୁଦ୍ରାସ୍ପୀତି ଲଗାତାର ଧାର୍ଯ୍ୟ ଲକ୍ଷ୍ୟ ଉପରେ ରହିବା ପରେ ଆରବିଆଇ ହଠାତ ମେ ପ୍ରଥମ ସପ୍ତାହରେ ରେପୋ ରେଟ୍ ବଢାଇଥିଲା। ପରେ ଜୁନରେ ମଧ୍ୟ ରେପୋ ରେଟ୍ ବୃଦ୍ଧି ହୋଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, କେନ୍ଦ୍ରୀୟ ବ୍ୟାଙ୍କ ନିୟନ୍ତ୍ରଣ ବାହାରକୁ ଯାଉଥିବା ମୁଦ୍ରାସ୍ପୀତିକୁ କଣ୍ଟ୍ରୋଲ କରିବା ଉପରେ ଅଧିକ ଫୋକସ ଦେଉଛି । ଲଗାତାର ଦୁଇ ମାସରେ ବୃଦ୍ଧି ପରେ ରେପୋ ରେଟ୍ ୦.୯୦ ପ୍ରତିଶତ ବଢିସାରିଛି। ଏବେ ସାରା ବିଶ୍ୱର ନଜର ଆମେରିକାର ମୁଦ୍ରାସ୍ପୀତି ଉପରେ ରହିଛି । ଆମେରିକା ମୁଦ୍ରାସ୍ପୀତି ହାର ଡାଟା ଜୁଲାଇ ୧୩ରେ ଆସିବ । ଆମେରିକାରେ ଦରବୃଦ୍ଧି ଗତ ୪୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହାକୁ କାବୁ କରିବା ପାଇଁ ଫେଡେରାଲ ରିଜର୍ଭ(ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ) ସୁଧ ହାରରେ ଦୁଇ ଥର ବୃଦ୍ଧି କରିସାରିଛି । ଅନୁମାନ କରାଯାଉଛି, ସୁଧ ହାର ଭବିଷ୍ୟତରେ ଆହୁରି ବଢିପାରେ ।

Show More

Related Articles

Back to top button