Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଜୁଲାଇ ୧୫ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍‌

ମୋଦୀ ସରକାର ଏକ ବଡ ନିଷ୍ପତ୍ତି କ୍ରମେ ଏବେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍‌କୁ ସଭିଙ୍କ ପାଇଁ ମାଗଣା କରିଛନ୍ତି। ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କର ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ। କରୋନାର ବଢୁଥିବା ମାମଲା ମଧ୍ୟରେ ମୋଦୀ ସରକାର ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

୧୮ରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସ୍କର ଲୋକଙ୍କୁ ଏହି ସୁବିଧା ସରକାରୀ ଟିକାକରଣ କେନ୍ଦ୍ରରେ ମିଳି ପାରିବ। ଜୁଲାଇ ୧୫ରୁ ମାଗଣାରେ ବୁଷ୍ଟର ଡୋଜ ସଭିଙ୍କୁ ମିଳିବ। ୭୫ ଦିନ ଯାଏଁ ଏହି ଅଭିଯାନ ଚାଲିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏହି ସୂଚନା ଦେଇଛନ୍ତି। ସରକାରୀ ଅଧିକାରୀ କହିଛନ୍ତି, ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ଦିନ ଯାଏଁ ଏହି ବିଶେଷ ଅଭିଯାନ ଚଲାଯିବ। ଅଦ୍ୟାବଧି ୧୮ରୁ ୫୯ ବର୍ଷ ଆୟୁର ୭୭ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ଏକ ପ୍ରତିଶତ ବୁଷ୍ଟର ଡୋଜ୍ ନେଇଛନ୍ତି।

ସଂପ୍ରତି ଦେଶରେ ପ୍ରତିଦିନ ୧୫ ହଜାରରୁ ଅଧିକ କରୋନା କେସ୍ ଚିହ୍ନଟ ହେଉଛି। ବୁଷ୍ଟର ଡୋଜକୁ ମାଗଣା କରାଯିବା ସରକାରଙ୍କ ଏହି ନିଷ୍ପତ୍ତି ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଦେଶର ଅଧିକାଂଶ ଲୋକ ଭ୍ୟାକ୍ସିନର ଦୁଇ ଡୋଜ ନେଇ ସାରିଛନ୍ତି। କିନ୍ତୁ ବୁଷ୍ଟର ଡୋଜ ନେବାକୁ ଲୋକେ ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ ଲୋକଙ୍କ ମଧ୍ୟରେ କେମିତି ସଚେତନତା ବଢାଯିବ ଏବଂ ସେମାନେ ସ୍ଵତଃପ୍ରବୃତ ଭାବେ ଆସି ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ନେବେ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୭୫ ଦିନ ପାଇଁ ମାଗଣା ବୁଷ୍ଟର ଡୋଜ ଦେବାକୁ ନିର୍ଣ୍ଣୟ ନେଇଛନ୍ତି। କିଛି ଦିନ ପୂର୍ବେ ସରକାର ବୁଷ୍ଟର ଡୋଜ ନେବାର ବ୍ୟବଧାନକୁ ହ୍ରାସ କରିଛନ୍ତି। ପ୍ରଥମ ଡୋଜ ନେବାର ନଅ ମାସ ପରେ ଜଣେ ବୁଷ୍ଟର ଡୋଜ୍ ନେଇ ପାରୁଥିଲେ। ହେଲେ ବର୍ତ୍ତମାନ ଏହାର ଅବଧିକୁ ୬ ମାସ କରାଯାଇଛି।

Show More

Related Articles

Back to top button