Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗାଏବ ହୋଇଯିବ ଶୀତ

୧୬ରୁ ପଶ୍ଚିମରେ ବର୍ଷା

ଆସନ୍ତା ୧୬ ତାରିଖରେ ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ହାଲୁକା ବର୍ଷା ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ଆଜି ବଢ଼ିଛି । ଦକ୍ଷିଣ ଓ ପଶ୍ଚିମର ଅଧିକାଂଶ ଜିଲ୍ଲାର ତାପମାତ୍ରା ୧୨ ଓ ୧୩ ଡିଗ୍ରୀ ଉପରେ ରହିଛି । ଛତ୍ରପୁରରେ ରାତି ତାପମାତ୍ରା ସର୍ବାଧିକ ୧୭ଡିଗ୍ରୀ ଥିଲା । ପୁରୀରେ ୧୬.୬ଡିଗ୍ରୀ ପାରାଦୀପରେ ୧୫.୬, ଗୋପାଳପୁରରେ ୧୫.୪, ପାରଳାଖେମୁଣ୍ଡିରେ ୧୫ ଓ ଚାନ୍ଦବାଲିରେ ରାତି ତାପମାତ୍ରା ୧୪.୯ଡିଗ୍ରୀ ଥିଲା । ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୩୦.୨ଡିଗ୍ରୀ, ବଲାଙ୍ଗୀରରେ ୩୦, ଛତ୍ରପୁରରେ ୨୯, ସମ୍ବଲପୁର ଓ ଅନୁଗୁଳରେ ୨୮.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।


ପାଣିପାଗ ବିଶେଷଜ୍ଞଡା. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୧୬ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । ୧୬ରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ୨୧ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୨୧ରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ସର୍ବାଧିକ ତାପମାତ୍ରା ୩୩ରୁ ୩୪ ଡିଗ୍ରୀ ରହିବ ବୋଲି ସେ କହିଛନ୍ତି ।

Show More

Related Articles

Back to top button