ଦେଶ ବିଦେଶ

ନକଲି ଡାକ୍ତର ଗିରଫ

୫ ରାଜ୍ୟରେ ଅଛନ୍ତି ୧୩ ପତ୍ନୀ, ଠକିଛନ୍ତି କୋଟି କୋଟି ଟଙ୍କା

ନକଲି ଡାକ୍ତର ଗିରଫ । ନିଜକୁ ଡାକ୍ତର କହି ଲୋକଙ୍କୁ କୋଟି କୋଟି ଠକୁଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରାପଡା ଭଗବାନପୁରର ରମେଶ ଚନ୍ଦ୍ର ସ୍ଵାଇଁ (୬୧)। ଖବର ଅନୁଯାୟୀ, ନିଜକୁ ଡାକ୍ତର ପରିଚୟ ଦେଇ ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଛି।

ଏଥି ସହିତ ମହାଠକର ୫ ରାଜ୍ୟରେ ୧୩ ପତ୍ନୀ ରଖିଥିବା ଜଣାପଡ଼ିଛ। ତାଙ୍କ ସ୍ତ୍ରୀମାନେ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ଉକ୍ତ ୧୩ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ ରହିଛନ୍ତି। ବିଭିନ୍ନ ଠକେଇ ମାମଲାରେ ୨୦୧୧ ମସିହାରେ ଆନ୍ଧ୍ର ପୋଲିସ ଗରିଫ କରିଥିବା ଜଣାପଡିଛି। ଆନ୍ଧ୍ରା ପ୍ରଦେଶ ,କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ ମିଳିଛି। ତେବେ ମହାଠାକକୁ ବାନ୍ଧିବାରେ କମିଶନରେଟ୍‌ ପୁଲିସ୍‌ ସଫଳ ହୋଇଛି। ଏ ବାବଦରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୋମବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button