ଦେଶ ବିଦେଶ

ମୌସୁମୀ ପ୍ରଥମ ବର୍ଷାରେ ବିହାର ଅସ୍ତବ୍ୟସ୍ତ, ବିଭିନ୍ନ ସ୍ଥାନରେ ବଜ୍ରପାତ, ୫ ମୃତ, ଆଲର୍ଟ ଜାରି

ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ମୌସୁମୀ ପ୍ରଥମ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ପ୍ରଥମ ବର୍ଷାରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି।

ନେପାଳ ସମେତ ଉତ୍ତର ବିହାର ଜିଲ୍ଲାମାନଙ୍କରେ ଲଗାଣ ବର୍ଷା ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି କରିଛି। ସେପଟେ ସାରା ରାଜ୍ୟରେ ମୌସୁମୀ ଅନୁଭୂତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ରାଜ୍ୟରେ ବଜ୍ରପାତ ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପୁଷ୍ଟି କରାଯାଇଛି।ମୌସୁମୀ ସକ୍ରିୟ ହୋଇଥିବାରୁ ରାଜ୍ୟରେ ଘଡଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛନ୍ତି।

ଏଣୁ ଲୋକଙ୍କୁ ବର୍ଷା ବେଳେ ଘରୁ ପଦାକୁ ନ ବାହାରିବା ଲାଗି ସତର୍କ କରାଯାଇଛି। ସେପଟେ ପଶ୍ଚିମ ଚମ୍ପାରଣ ବଗାହରେ ଅନେକ ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ବିସ୍ତୃତ ଅଞ୍ଚଳକୁ ଜଳାର୍ଣ୍ଣବ କରିଥିବାରୁ ସୂଚନା ଆସୁଛି। ବଗାହ ଗନୈଲୀ ଗାଁ ବନ୍ୟା ଯୋଗୁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।ବର୍ଷା ଯୋଗୁ ପାହାଡି ଜଳସ୍ରୋତ ସବୁ ଖୋଲିଯାଇଛି। ଫଳରେ ପାର୍ବତ୍ୟାଞ୍ଚଳର ନଦନଦୀ ଏବେ ଉଛୁଳୁଥିବା ବେଳେ ନିମ୍ନାଞ୍ଚଳରେ ଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି। ମୌସୁମୀ ପ୍ରଥମ ବର୍ଷାରେ ଯଦି ଏପରି ଅବସ୍ଥା ଆଗକୁ କଣ ହେବ ସେ ନେଇ ଲୋକେ ଚିନ୍ତିତ ହୋଇପଡିଛନ୍ତି।

Show More

Related Articles

Back to top button