ଦେଶ ବିଦେଶ

ଜୁନ ୧୮ରୁ ପର୍ଯ୍ୟାୟକ୍ରମେ ଖୋଲିବ ଦିଲ୍ଲୀ AIIMSର ଓପିଡି

ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ଦିଲ୍ଲୀ ମଙ୍ଗଳବାର ଓପିଡି ଖୋଲିବା ନେଇ ବଡ଼ ଘୋଷଣା କରିଛନ୍ତି

ଜୁନ ୧୮ରୁ ବାହ୍ୟ ରୋଗୀଙ୍କ ନିମନ୍ତେ ଓପିଡି ସେବା ପର୍ଯ୍ୟାୟକ୍ରମେ ଖୋଲିବା ଆରମ୍ଭ କରିବ ବୋଲି ଏଥିରେ ସୂଚିତ କରିଛନ୍ତି। ଓପିଡି ରେଜିଷ୍ଟ୍ରେସନ କେବଳ ସେହି ରୋଗୀଙ୍କର ହେବ ଯେଉଁମାନଙ୍କର ଅନଲାଇନ ଅଥବା ଟେଲିଫୋନ ଆପଏଣ୍ଟମେଣ୍ଟ ଥିବ ବୋଲି କୁହାଯାଇଛି।

ତେବେ ପରେ କୋଭିଡ-୧୯ ପରିସ୍ଥିତି ସମୀକ୍ଷା କରି ୱାକ୍‌ ଇନ୍‌ ରେଜିଷ୍ଟ୍ରେସନ ଲାଗି ନିଷ୍ପତ୍ତି ହେବ ବୋଲି ଏଥିରେ ସୂଚିତ କରାଯାଇଛି।ଦେଶରେ କୋଭିଡ-୧୯ ଲଗି ୨୪ ମାର୍ଚ୍ଚ ୨୦୨୦ରୁ ଦିଲ୍ଲୀ ଏମସ୍‌ ଓପିଡିକୁ ବନ୍ଦ କରି ଦିଆଯାଇଥିଲା। ରାଷ୍ଟ୍ରୀୟ ରାଜଧାନୀରେ ମହାମାରୀ ପରିଚାଳନା ନିମନ୍ତେ ଏମସ୍‌ ସଂଶାଧନର ଡେପୁଟେସନ ନିମନ୍ତେ ଏହି ପଦକ୍ଷେପ ନେଇଥିଲେ। ତେବେ ଏମସ୍‌ର ଡାକ୍ତରମାନେ ଟେଲିମେଡିସିନ ମାଧ୍ୟମରେ ପରାମର୍ଶ ଦେଉଥିବା ବେଳେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ଆଡମିଶନ କରାଯାଉଥିଲା। ଗତବର୍ଷ ଓପିଡି ସେବା ଆଂଶିକ ଖୋଲାଯାଇଥିଲା। ହେଲେ ପରେ ପୁଣି ବନ୍ଦ ହୋଇଯାଇଥିଲା।ଏବେ ଏମସ୍‌ରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇଛି। ଏଣୁ ଏମସ୍‌ ପର୍ଯ୍ୟାୟକ୍ରମେ ଓପିଡି ସେବା ଓ ରୁଟିନ ସର୍ଜରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ କେବଳ ଗୁରୁତର ରୋଗୀଙ୍କୁ ଏମାର୍ଜେନ୍ସୀରେ ଏଠାରେ ସର୍ଜରୀ ସେବା ଉପଲବ୍ଧ କରାଯାଉଛି। ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁ ଗତ ଏପ୍ରିଲ ୨୨ ତାରିଖରୁ ଫିଜିକାଲ ଓପିଡି ସେବାଗୁଡିକୁ ବନ୍ଦ କରିଥିଲେ।

Show More

Related Articles

Back to top button