ବାଣିଜ୍ୟ

LIC ରେ ୯୦ ଟଙ୍କାକୁ ବୃଦ୍ଧି ହେଲା ପ୍ରିମିୟମ୍‌

ଏଲ୍‌ଆଇସିର ଆଇପିଓ ଧମାକାଦାର୍‌ ଭାବେ ସେୟାର ବଜାରରେ ଲିଷ୍ଟିଙ୍ଗ୍‌ ହେବା ନେଇ ଅନୁମାନ କରାଯାଉଛି । ଗ୍ରୋ ମାର୍କେଟ୍‌ରେ ଏଲ୍‌ଆଇସି ସେୟାରର ପ୍ରିମିୟମ୍‌ ବୃଦ୍ଧିରୁ ଏପରି ଆଶଙ୍କା କରୁଛନ୍ତି ନିବେଶକ ।

ଗତ ୩ ଦିନ ମଧ୍ୟରେ ଏହାର ପ୍ରିମିୟମ୍‌ରେ ୪ ଗୁଣା ବୃଦ୍ଧି ହେଲାଣି । ଗ୍ରୋ ମାର୍କେଟ୍‌ରେ ଏଲ୍‌ଆଇସିର ସେୟାର ୯୦ ଟଙ୍କା ପ୍ରିମିୟମ୍‌ରେ ରହିଛି । ଯାହାକି ଏଲ୍ଆଇସିର ଆଇପିଓ ପ୍ରାଇସ୍‌ ବ୍ୟାଣ୍ଡର ପାଖାପାଖି ୧୦ ପ୍ରତିଶତ । ଏଲ୍‌ଆଇସିର ପ୍ରାଇସ୍‌ ବ୍ୟାଣ୍ଡ ୯୦୨-୯୪୯ ରହିଛି । ତେବେ ମାର୍ଚ୍ଚରେ ଏହି ଆଇପିଓ ଆଣିବାକୁ ସରକାର ପ୍ରଥମେ ଯୋଜନା ବନାଇ ଥିଲେ । ଏଲ୍‌ଆଇସିର ପ୍ରାୟ ୩୧.୬ କୋଟି ଶେୟାର ବା ୫% ଅଂଶଧନ ବିକ୍ରି କରିବାକୁ ଯୋଜନା ରଖାଯାଇଥିଲା । ଏଭଳି ପ୍ରକ୍ରିୟାରେ ପ୍ରାୟ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ମାତ୍ର ଆଇପିଓ ଆଣିବା ଯୋଜନାକୁ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରଭାବିତ କରିଥିଲା । ଯୁଦ୍ଧ ଯୋଗୁ ପୁଞ୍ଜି ବଜାର ଗଭୀର ଭାବେ ପ୍ରଭାବିତ ହୋଇଛି । ଫଳରେ ଆଇପିଓ ଆଣିବା ଧାର୍ଯ୍ୟ ତାରିଖକୁ ସରକାର ଟାଳି ଦେଇଥିଲେ । ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରି କହିଛନ୍ତି ଯେ, ଆଇପିଓ ଆଣିବା ଲାଗି ସରକାରଙ୍କ ନିକଟରେ ୧୨ ମେ ଯାଏ ସମୟ ରହିଛି । ତେବେ ଆଜି ଏହା ଆଙ୍କର ଇନ୍‌ଭେଷ୍ଟରଙ୍କ ପାଇଁ ଓପନ୍‌ କରାଯାଇଥିବା ବେଳେ ମେ ୪ ତାରିଖରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

Show More

Related Articles

Back to top button