ଦେଶ ବିଦେଶବାଣିଜ୍ୟ

ନୂଆ ପେଟ୍ରୋଲ-ଡିଜେଲ ଦର ଜାରି କଲେ ତୈଳ କମ୍ପାନୀ

ଜାଣନ୍ତୁ ଆପଣଙ୍କ ସହରର କେତେ ରହିଛି ଦାମ୍ ?

ବିଭିନ୍ନ ସରକାରୀ ତୈଳ କମ୍ପାନୀ ମଙ୍ଗଳବାର ନୂଆ ପେଟ୍ରୋଲ ଓ ଡିଜେଲ ଦର ଜାରି କରିଛନ୍ତି । ତେବେ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ସକାଳ ୬ଟାରେ ଜାରି ହୋଇଥିବା ଦର ମୁତାବକ ଦିଲ୍ଲୀରେ ପେଟ୍ରୋଲ ୧୦୫.୪୧ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କା ରହିଛି । ଆଇଓସିଏଲ ତଥ୍ୟ ଅନୁସାରେ, ମୁମ୍ବାଇରେ ପେଟ୍ରୋଲ ଦର ୧୨୦.୫୧ ଟଙ୍କା ଓ ଡିଜେଲ ୧୦୪.୭୭ ଟଙ୍କା ରହିଛି ।

କୋଲକାତାରେ ପେଟ୍ରୋଲ ୧୧୫.୧୨ ଓ ଡିଜେଲ ୯୯.୮୩, ଚେନ୍ନାଇରେ ପେଟ୍ରୋଲ ୧୧୦.୮୫ ଟଙ୍କା ଓ ଡିଜେଲ ୧୦୦.୯୪ ଟଙ୍କା ରହିଛି । ଓଡିଶାରେ ମଧ୍ୟ ପେଟ୍ରୋଲ ଦର ୧୧୨ ଟଙ୍କା ରହିଛି । ସେହିପରି ଲକ୍ଷ୍ନୌରେ ପେଟ୍ରୋଲ ଦର ୧୦୫ ଟଙ୍କା ୨୫ ପଇସା ଓ ଡିଜେଲ ୯୬.୮୩ ଟଙ୍କା ରହିଛି ।ନୋଏଡାରେ ପେଟ୍ରୋଲ ୧୦୫.୪୭, ଡିଜେଲ ୯୭.୦୩ ଟଙ୍କା, ରାଜସ୍ଥାନରେ ପେଟ୍ରୋଲ୧୨୩ ଟଙ୍କା ୧୬ ପଇସା ରହିଛି । ଭୋପାଳ ଓ ସୁରଟରେ ମଧ୍ୟ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Show More

Related Articles

Back to top button