ଦେଶ ବିଦେଶବାଣିଜ୍ୟ

ବିଳମ୍ବରେ ଆସିବ ଏଲଆଇସି ଆଇପିଓ

ସେବିକୁ ଦିଆଗଲା ଡ୍ରାଫ୍ଟ ପେପର

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଏହାର ପ୍ରାଥମିକ ପବ୍ଲିକ ଅଫରିଂ(ଆଇପିଓ) ସମ୍ପର୍କିତ ସଦ୍ୟତମ ଡ୍ରାଫ୍ଟ ପେପରକୁ ପୁଞ୍ଜି ବଜାର ନିୟନ୍ତ୍ରକ ସେବି ନିକଟରେ ଦାଖଲ କରାଯାଇଛି । ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଲ୍‌ଆଇସି ଡିସେମ୍ବର ତ୍ରୈମାସ ଫଳାଫଳ ଆଧାରରେ ଏହି ଡ୍ରାଫ୍ଟ ପେପର ଦାଖଲ କରିଛି । ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ଜାରି ହୋଇଥିବା ଏଭଳି ଏକ ପେପରକୁ ସେବି ମଞ୍ଜୁରୀ ପ୍ରଦାନ କରିଥିଲା । ସେହି ଅନୁସାରେ ମେ ୧୨ ପର୍ଯ୍ୟନ୍ତ ଏଲ୍‌ଆଇସି ନିକଟରେ ଆଇପିଓ ଆଣିବାର ସୁଯୋଗ ରହିଛି । ମାତ୍ର ବର୍ତ୍ତମାନର ସଦ୍ୟତମ ଡ୍ରାଫ୍ଟ ଅନୁସାରେ ୧୨ ମେ ପରେ ମଧ୍ୟ ଏଲ୍‌ଆଇସି ଆଇପିଓ ଆଣିପାରିବ ।

ଏହା ପୂର୍ବରୁ ୧୩ ଫେବୃଆରିରେ ଏଲ୍‌ଆଇସି ଆଇପିଓ ଲାଗି ଡ୍ରାଫ୍ଟ ପେପର ଜମା କରାଯାଇଥିଲା । ଏହି ସମୟରେ ଦେଶର ପୁଞ୍ଜି ବଜାର ଅସ୍ଥିର ହୋଇ ରହିଥିଲା । ଆଇପିଓ ଯେଭଳି ସଫଳ ହେବ ସରକାର ତାକୁ ବିଚାର କରୁଛନ୍ତି । ଏ କ୍ଷେତ୍ରରେ ସରକାର ଚାହୁଁଛନ୍ତି ଯେ, ଯେଭଳି କୌଣସି ରିସ୍କ ନ ଆସୁ । ଡିସେମ୍ବର ତ୍ରୈମାସରେ ଏଲ୍‌ଆଇସିର ଲାଭ ୨୩୪.୯ କୋଟି ଟଙ୍କାରେ ପହଞ୍ଚିଛି । କମ୍ପାନିର ଆସେଟବେସ ୪୪ ଲକ୍ଷ କୋଟି ଟଙ୍କା ରହିଛି । ୨୯ କୋଟି ପଲିସି, ୨୦୪୮ ଶାଖା କାର୍ଯ୍ୟାଳୟ, ୮ ଜୋନ କାର୍ଯ୍ୟାଳୟ, ୧୧.୪୮ ଲକ୍ଷ ଏଜେଣ୍ଟ, ୧.୨୫ ଲକ୍ଷ କର୍ମଚାରୀଙ୍କ ସହ କମ୍ପାନି ଏହାର ପରିଚାଳନା କରୁଛି । ଏଲ୍‌ଆଇସି ଆଇପିଓକୁ ନେଇ ଆର୍‌ବିଆଇ କହିଛି ଯେ, ଠିକ୍‌ ସମୟକୁ ଅପେକ୍ଷା କରିବାର ଆବଶ୍ୟକତା ରହିଛି । ଏଲ୍‌ଆଇସି ଆଇପିଓ ଆସିଲେ ଏହା ସବୁଠାରୁ ବଡ ହେବ ।

Show More

Related Articles

Back to top button