ଓଡ଼ିଶା

ସ୍କୁଲ୍ ମଧ୍ୟାହ୍ନ ଭୋଜନକୁ ନେଇ ଆସିଲା ବଡ ନିଷ୍ପତ୍ତି

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ 

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ଆସନ୍ତା ଏପ୍ରିଲ ମାସରୁ ରାଜ୍ୟରୁ ପୁଣି ଥରେ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ । ଗଣଶିକ୍ଷା ବିଭାଗର ମଧ୍ୟାହ୍ନଭୋଜନ ୟୁନିଟ୍ ନୋଡାଲ ଅଫିସର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି  ଲେଖି  ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ୍ ଗାଇଡ ଲାଇନ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ରୋଷେଇ ଘର ପରିସ୍କାର ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବାକୁ ପରାମର୍ଶ ଦିଆଯାଇଛି ।

ତେବେ କୋଭିଡ କାରଣରୁ ରାଜ୍ୟର ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରହିଥିଲା । ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା , କିନ୍ତୁ କରୋନାର ଗ୍ରାଫ୍ କ୍ରମଶଃ ହ୍ରାସ ପାଉଥିବାରୁ ସମସ୍ତ ସ୍କୁଲ୍ ଖୋଲିଛି । ସ୍କୁଲ୍ ରେ ପିଲାମାନେ ଯେପରି ଭୋକିଲା ନରହିବେ ସେଥିପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Show More

Related Articles

Back to top button